ଭଡାଘରେ ରୁହନ୍ତି ଜ୍ୟାକଲିନ!

ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିମାନେ ଗୋଟିଏ ଗୋଟିଏ ଫିଲ୍ମରେ କାମ କରିବା ପାଇଁ କୋଟିକୋଟି ଟଙ୍କା ପାରିଶ୍ରମିକ ନେଇଥାଆନ୍ତି । ଆଉ ଏମାନେ ବେଶ୍ ଲକ୍‌ଜରିୟସ ଲାଇଫ୍ ମେଣ୍ଟେନ୍ କରନ୍ତି ବୋଲି ସମସ୍ତଙ୍କୁ ଜଣା । ଆଉ ଏମାନଙ୍କର ମୁମ୍ବାଇରେ ରହିଛି ଲକ୍ଷାଧିକ ଟଙ୍କାର ଘର । କିନ୍ତୁ ଏମିତି କେତେଜଣ ନାୟିକା ରହିଛନ୍ତି ଯେଉଁମାନେ ଏବେବି ଭଡା ଘରେ ରୁହନ୍ତି । ଦିନେ ବଲିଉଡ୍‌ରେ ଜିରୋରୁ ପାଦ ରଖିଥିବା କ୍ୟାଟ୍ରିନା କୈଫ ଏବେ ଜଣେ ଆଗଧାଡିର ଅଭିନେତ୍ରୀ । କୋଟି କୋଟି ଟଙ୍କା ଆୟ କରୁଥିବା କ୍ୟାଟ୍ରିନାଙ୍କର କିନ୍ତୁ ମୁମ୍ବାଇରେ ନିଜର ଘର ନ ଥିବାରୁ ସେ ଭଡା ଘରେ ରୁହନ୍ତି । ଆଉ ସେହି ଘର ପାଇଁ ସେ ଲକ୍ଷ ଲକ୍ଷ ଟଙ୍କା ଭଡା ଦିଅନ୍ତି ବୋଲି କୁହାଯାଏ । ସେମତି ଜଣେ ଅଭିନେତ୍ରୀ ହେଉଛନ୍ତି ଜ୍ୟାକଲିନ ଫର୍ଣ୍ଣାଡିଜ । ଆଗଧାଡିର ଏହି ନାୟିକାଙ୍କର ବି ମୁମ୍ବାଇରେ ନିଜର ଘର ନାହିଁ । ତେଣୁ ସେ ଭଡାରେ ରହୁଛନ୍ତି । ବିବାହ ପରେ ବଲିଉଡ୍ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଆମେରିକାରେ ରହୁଥିବା ବେଳେ ଏବେ ସେ ତାଙ୍କ ଘର ଭଡାରେ ଲଗାଇଛନ୍ତି । ଆଉ ଜ୍ୟାକଲିନ ପିସିଙ୍କ ଘରକୁ ଭଡାରେ ନେଇଛନ୍ତି । ଯାହାର ମାସିକ ଭଡା ପାଖାପାଖି ୬ ଲକ୍ଷ ଟଙ୍କା ରହିଛି ବୋଲି କୁହାଯାଏ ।

Share