ଜ୍ୟାକ୍‌ଲିନଙ୍କୁ ୮ ଘଣ୍ଟା ଜେରା

ନୂଆଦିଲ୍ଲୀ,୨୮।୬: ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ନାଣ୍ଡିଜ୍‌ଙ୍କୁ ୮ ଘଣ୍ଟା ଜେରା କରିଛି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। କନ୍‌ ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ପୁଣି ଇଡି ଜ୍ୟାକଲିନଙ୍କୁ ଜେରା କରିଛି। ଏ ମାମଲାରେ ଜ୍ୟାକଲିନଙ୍କୁ ୨ରୁ ୩ ଥର ଇଡି ପଚରାଉଚରା କରିସାରିଛି।
ଜ୍ୟାକ୍‌ଲିନଙ୍କୁ ସୋମବାର ନିଜ ବୟାନ ରେକର୍ଡ କରିବା ପାଇଁ ନୂଆ ସମନ ଜାରି କରାଯାଇଥିଲା। ଚନ୍ଦ୍ରଶେଖର ଗତ ବର୍ଷ ଫେବୃୟାରୀରୁ ଅଗଷ୍ଟ ୭ ପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ସହ ଯୋଗାଯୋଗରେ ଥିଲା ବୋଲି ତଦନ୍ତରୁ ଜଣାପଡିଛି। ସେହିପରି ସୁକେଶ ଜ୍ୟାକ୍‌ଲିନଙ୍କୁ ଏକାଧିକ ଉପହାର ଦେଇଥିବା ବେଳେ ଉପହାରର ମୂଲ୍ୟ ୫.୭୧ କୋଟି ହେବ ବୋଲି ଜଣାପଡିଛି।

Share