ସୁଶାନ୍ତଙ୍କୁ ଭୁଲିପାରୁ ନାହାନ୍ତି ଜ୍ୟାକଲିନ

ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ୫ ମାସ ବିତି ଯାଇଥିଲେ ବି ଏବେବି ସେ ଅନେକଙ୍କ ହୃଦୟରେ ରହିଛନ୍ତି । ନିକଟରେ ବଲିଉଡ୍ ବିୟୁଟି ଜ୍ୟାକଲିନ ଫର୍ନାଡିଜ ସୁଶାନ୍ତ ସିଂ ରାଜପୁତଙ୍କୁ ପୁଣି ମନେପକାଇଛନ୍ତି । ଜ୍ୟାକଲିନଙ୍କ ଅଭିନୀତ ଫିଲ୍ମ ‘ଡ୍ରାଇଭ’କୁ ବର୍ଷେ ପୂରଣ ହୋଇଥିବା ବେଳେ ସେ ଏହି ଅବସରରେ ସୁଶାନ୍ତଙ୍କୁ ମନେ ପକାଇଛନ୍ତି । ସେ ଲେଖିଛନ୍ତି ସୁଶାନ୍ତ ଆମ ସହ ସବୁବେଳେ ରହିବେ । ଜ୍ୟାକଲିନ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ନିର୍ଦ୍ଦେଶକ ତରୁଣ ମନସୁଖାନିଙ୍କ ସହ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଡ୍ରାଇଭକୁ ବର୍ଷେ ପୂରଣ ହେଲା । ଅନ୍ୟଏକ ଫଟୋରେ ସେ ଫିଲ୍ମର ଏକ ଫଟୋ ଶେୟାର କରି ସୁଶାନ୍ତଙ୍କୁ ମନେପକାଇଛନ୍ତି । ଜ୍ୟାକଲିନ ଲେଖିଛନ୍ତି କାଶ୍ ସୁଶାନ୍ତ ଆଜି ଆମ ନିକଟରେ ଥାଆନ୍ତେ, ଆମେ ତୁମକୁ ମନେପକାଉଛୁ ସୁଶୁ । ଏହାସହ ଏକ ଭିଡିଓ ବି ଶେୟାର କରିଛନ୍ତି ଜ୍ୟାକଲିନ । ଏହାପରେ ନିର୍ଦ୍ଦେଶକ ତରୁଣ ମଧ୍ୟ ସୋସିଆଲ ମିଡିଆରେ ଲେଖିଛନ୍ତି, ଡ୍ରାଇଭକୁ ବର୍ଷେ ପୂରଣ ହୋଇଛି ସତ । ହେଲେ ସୁଶାନ୍ତଙ୍କ ବିନା ଖୁସି ମନାଇବା ସମ୍ଭବ ନୁହେଁ । ଡ୍ରାଇଭର ସମସ୍ତ ମୁହୂର୍ତ୍ତ ଆମମାନଙ୍କ ପାଇଁ ଥିଲା ସ୍ମରଣୀୟ । ତେଣୁ ଡ୍ରାଇଭ ପରିବାରକୁ ମୋ ତରଫରୁ ଶୁଭେଚ୍ଛା ।

Share