ଜ୍ୟାକଲିନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ…

ନୂଆଦିଲ୍ଲୀ, ୨୬।୯ : ୨୦୦ କୋଟି ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ପଟିଆଲା ହାଉସ କୋର୍ଟରେ ମଧ୍ୟବର୍ତ୍ତୀ କାଳୀନ ଜାମିନ ମିଳିଛି। ଏଥି ସହିତ ଅତିରିକ୍ତ ସେସନ୍ସ ଜଜ ଶୈଳେନ୍ଦ୍ର ମଲିକ ମଧ୍ୟ ଜ୍ୟାକଲିନଙ୍କ ଜାମିନ ଆବେଦନ ଉପରେ ଇଡି ପକ୍ଷରୁ ଜବାବ ମାଗିଛନ୍ତି।

ଏ ପର୍ଯ୍ୟନ୍ତ ତାଙ୍କର ନିୟମିତ ଜାମିନ କୋର୍ଟରେ ବିଚାରାଧୀନ ଅଛି। ଜ୍ୟାକଲିନଙ୍କ ଓକିଲଙ୍କ ଅନୁରୋଧ କ୍ରମେ କୋର୍ଟ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜ୍ୟାକଲିନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ,ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମଧ୍ୟ ଦାବି କରିଛି ଯେ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନଙ୍କର ସମ୍ପର୍କ ଅଛି। ଏହା ପରେ ଅଭିନେତ୍ରୀଙ୍କୁ ପଟିଆଲା ହାଉସ କୋର୍ଟ ଡକାଇଥିଲା। ଏଥିସହିତ ବର୍ତ୍ତମାନ ଜ୍ୟାକଲିନ ପଟିଆଲା ହାଉସ କୋର୍ଟରେ ପହଞ୍ଚିଛନ୍ତି।

Share