ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ୍ ଫର୍ନାଡିଜ ଇନ୍ଷ୍ଟାଗ୍ରାମରେ ନିଜର କିଛି ବୋଲ୍ଡନେସ ଫଟୋ ଶେୟାର କରିଛନ୍ତି। ଯାହା ଦେଖି ପ୍ରଶଂସକ ପାଗଳ ହୋଇଯାଇଛନ୍ତି। ଏଥିରେ ସେ ଲିଓପାର୍ଡ ବା ଚିତାବାଘ ପ୍ରିଣ୍ଟର ଏକ ଡ୍ରେସ୍ ପିନ୍ଧି ପୋଜ ଦେଇଥିବା ଦେଖିବାକୁ ମିଳିଛି। ସେ ୫ଟି ଫଟୋ ଶେୟାର କରିଛନ୍ତି।
ପ୍ରଥମ ହଟ୍ ଫଟୋରେ ସେ ବସିଥିବା ବେଳେ ଆଉ ଏକ ଫଟୋରେ ସେ କ୍ୟାମେରାକୁ ଚାହିଁଛନ୍ତି। ତୃତୀୟ ଫଟୋରେ ସେ ଚପଲ ଠିକ୍ କରିବାକୁ ଚେଷ୍ଟା କରୁଛନ୍ତି। ଚତୁର୍ଥ ଫଟୋରେ ସେ ଏକ ଭିନ୍ନ ଷ୍ଟାଇଲ୍ରେ ପୋଜ ଦେଇଛନ୍ତି। ପଞ୍ଚମ ଫଟୋରେ ତାଙ୍କର ଆକର୍ଷଣୀୟ ହସ ଦେଖିବାକୁ ମିଳିଛି। ଜ୍ୟାକଲିନ୍ଙ୍କ ଏହି ଫଟୋଗୁଡ଼ିକ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି।
ଫଟୋ ଶେୟାର କରି ସେ ଏକ ସିଂହର ଇମୋଜି ବି ଦେଇଛନ୍ତି। ଫଟୋ ଶେୟାର ହେବାର ମାତ୍ର ୩ ଘଣ୍ଟା ମଧ୍ୟରେ ଫଟୋଗୁଡ଼ିକୁ ୪.୫ ଲକ୍ଷରୁ ଅଧିକ ଲାଇକ୍ ଆସିଛି। ସେହିପରି ୩୦୦୦ରୁ ଅଧିକ କମେଣ୍ଟ ମିଳିଛି।