ବୋଲ୍ଡ ଲୁକ୍‌ରେ ଜ୍ୟାକ୍‌ଲିନ୍‌

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜ୍‌ ସବୁବେଳେ ନିଜର ହଟ୍‌ ଆଉ ସୁନ୍ଦର ଚେହେରାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ବୋଲ୍ଡ ଲୁକ୍‌ରେ ସେ ନଜର ଆସିଛନ୍ତି।

ଏହି ଫଟୋରେ ସିନେମା ହଲ୍‌ ସିଟ୍‌ରେ ସେ ଏକ ନୀଳ ରଙ୍ଗର ଡିପ୍‌ ନେକ୍‌ ଡ୍ରେସ୍‌ ପିନ୍ଧି ବସିଛନ୍ତି। ଏଥିସହିତ ହିଲ୍‌ ପିନ୍ଧି କେଶ ମୁକୁଳା କରି ବସିଛନ୍ତି। ଯାହା ଦେଖି ପ୍ରଶଂସକମାନେ ପାଗଳ ହୋଇଉଠିଛନ୍ତି। ତାଙ୍କର ଏହି ଫଟୋରେ କେହି କେହି ବିୟୁଟିଫୁଲ୍‌ ତ ଆଉ କିଏ ବୋଲ୍ଡ ବୋଲି କମେଣ୍ଟ ଦେଇଛନ୍ତି। କିଛି ପ୍ରଶଂସକ ହାର୍ଟ ଇମୋଜି ଦେଇଛନ୍ତି।

ତାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବାକୁ ଗଲେ ଅଭିନେତା ଜନ୍‌ ଆବ୍ରାହମ୍‌ ଏବଂ ରକୁଲ ପ୍ରୀତ ସିଂଙ୍କ ସହ ‘ଆଟାକ-ପାର୍ଟ-୧’ ରେ ନଜର ଆସିଥିଲେ ଜ୍ୟାକ୍‌ଲିନ୍‌। ପରବର୍ତ୍ତୀ ସମୟରେ ସେ କିଚା ସୁଦୀପଙ୍କ ‘ବିକ୍ରାଣ୍ଟ ରୋନା’ରେ ନଜର ଆସିବେ। ଯାହା ୨୮ ଜୁଲାଇ ୨୦୨୨ରେ ରିଲିଜ ହେବ। ଅକ୍ଷୟ କୁମାରଙ୍କ ବିପକ୍ଷରେ ‘ରାମ୍‌ ସେତୁ’ ଯାହା ଚଳିତ ବର୍ଷ ଦୀପାବଳି ଅବସରରେ ମୁକ୍ତିଲାଭ କରିବ। ରଣବୀର ସିଂ ଏବଂ ପୂଜା ହେଗ୍‌ଡେଙ୍କ ସହ ‘ସର୍କସ’ମୁକ୍ତିଲାଭ କରିବ। ଯାହା ଖ୍ରୀଷ୍ଟମାସ ଅବସରରେ ହଲ୍‌କୁ ଆସିବ।

Share