ଫିଟ୍‌ନେସ୍‌ର ରାଜ୍‌ ଖୋଲିଲେ ଜ୍ୟାକ୍‌ଲିନ୍‌

ଏକଦା ଶ୍ରୀଲଙ୍କା ସୁନ୍ଦରୀ ଟାଇଟଲ ବିଜୟିନୀ ଜ୍ୟାକଲିନ୍‌ ଫର୍ନାଡିସ ଏବେ ଅଭିନୟ ସହ ନିଜକୁ ଜଡିତ ରଖିଛନ୍ତି। ଇତିମଧ୍ୟରେ ସେ ବେଶ୍‌ କେତୋଟି ହିନ୍ଦୀ ସିନେମାରେ ଆକ୍ଟିଂ କରିସାରିଲେଣି। ତେବେ ନିଜ ଫିଟ୍‌ନେସ ବିଷୟରେ କହିବା ବେଳେ ସେ ଜଣଙ୍କୁ ପ୍ରଶଂସା ନ କରି ରହିପାରୁ ନାହାନ୍ତି। ସେ କିଏ ଜାଣନ୍ତି ? ଜନ୍‌ ଆବ୍ରାହମ୍‌। ଏ ବିଷୟରେ ଜ୍ୟାକଲିନ୍‌ କହନ୍ତି, ‘ମୋ ଫିଟ୍‌ନେସ ପାଇଁ ଯଦି କାହାର ଅବଦାନ ଅଧିକ ଥାଏ ତେବେ ସେ ହେଉଛନ୍ତି ଜନ୍‌ ଆବ୍ରାହମ୍‌। ଏବେ ମଧ୍ୟ ମୁଁ ନିୟମିତ ସମୟ ଅନ୍ତରାଳରେ ତାଙ୍କଠାରୁ ଫିଟ୍‌ନେସ୍‌ ଟିପ୍ସ ନେଇଥାଏ। ତେଣୁ ଏ ନେଇ ତାଙ୍କୁ ଯେତେ ପ୍ରଶଂସା କରିବି ତାହା ସେତେ କମ୍‌ ହେବ।’ ଅଭିନୟରେ ପାଦ ଦେବା ପୂର୍ବରୁ ଜ୍ୟାକଲିନ୍‌ ଟିଭି ରିପୋର୍ଟର ଭାବରେ କାର୍ଯ୍ୟ କରୁଥିଲେ। ତା’ ପୂର୍ବରୁ ସେ ୟୁନିଭର୍ସିଟି ଅଫ୍‌ ସିଡନୀରୁ ମାସ୍‌ କମ୍ୟୁନିକେଶନରେ ଡିଗ୍ରୀ ହାସଲ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ହିନ୍ଦୀ ସିନେମା ଥିଲା ‘ଆଲ୍ଲାଦିନ’ (୨୦୦୯)। କେବଳ ଇଂଲିଶ ନୁହେଁ, ସେ ଭଲ ଭାବରେ ହିନ୍ଦୀ, ସ୍ପାନିସ ଏବଂ ଆରବିକ୍‌ ଭାଷା କହିପାରନ୍ତି।

Share