ଜ୍ୟାକ୍‌ଲିନ୍‌ଙ୍କୁ ୮ ଘଣ୍ଟା ଜେରା

ନୂଆଦିଲ୍ଲୀ, ୧୫।୯: ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ଙ୍କୁ ବୁଧବାର ଦିଲ୍ଲୀ ପୋଲିସର ଇକୋନୋମିକ୍‌ ଅଫେନ୍ସେସ୍‌ ଓ୍ବିଙ୍ଗ ୮ ଘଣ୍ଟା ଜେରା କରିଛି। ବୁଧବାର ସକାଳ ସାଢ଼େ ୧୧ଟାବେଳେ ଜ୍ୟାକ୍‌ଲିନ୍‌ ମନ୍ଦିର ମାର୍ଗ କାର୍ଯ୍ୟାଳୟରେ ପହଞ୍ଚିଥିବାବେଳେ ରାତି ୮ଟାରେ ଅଫିସ ଛାଡ଼ିଥିଲେ। ବିଭିନ୍ନ ବ୍ୟବସାୟୀଙ୍କଠାରୁ ୨୦୦ କୋଟି ଟଙ୍କା ଠକି ଆଣିଥିବା କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକ୍‌ଲିନଙ୍କ ସମ୍ପୃକ୍ତି ଥିବା ଗତ ମାସରେ ଇଡି ନିଜ ଚାର୍ଜଶିଟ୍‌ରେ ଉଲ୍ଲେଖ କରିଥିଲା।

Share