ମୁମ୍ବାଇ,୩୦।୪: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଜ୍ୟାକଲିନଙ୍କ ୭.୨୭ କୋଟିର ସମ୍ପତ୍ତି ଜବତ ହୋଇଛି। ସୁକେଶ ଚନ୍ଦ୍ରଶେଖର ମାମଲାରେ ଇଡି ପକ୍ଷରୁ ଜ୍ୟାକଲିନ୍ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜବତ ହୋଇଥିବା ଏହି ସମ୍ପତ୍ତି ମଧ୍ୟରେ ୭.୧୨ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ ମଧ୍ୟ ରହିଛି।
ଇଡି ସୂଚନାନୁଯାୟୀ, ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଜୋରଜବରଦସ୍ତ ଟଙ୍କା ଆଦାୟ କରି ସେହି ଟଙ୍କାରେ ଜ୍ୟାକଲିନ୍ଙ୍କୁ ୫.୧୭ କୋଟି ଟଙ୍କାର ଗିଫ୍ଟ ଦେଇଥିଲେ। ସୁକେଶ ଜ୍ୟାକଲିନ୍ଙ୍କ ପରିବାର ଲୋକଙ୍କୁ ମଧ୍ୟ ଟଙ୍କା ପଠାଇବା ସହ କାର୍ ଓ ଅନେକ କିଛି ଗିଫ୍ଟ ଦେଇଥିଲେ। ସୁକେଶଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେବା ପରେ ଜ୍ୟାକଲିନ୍ଙ୍କ ଉପରେ ଇଡିର ନଜର ରହିଥିଲା।
ସୁକେଶ ଜଣେ ମହିଳାଙ୍କଠାରୁ ୨୦୦ କୋଟି ଟଙ୍କା ଠକିଥିଲେ। ଏହି ଚୋରି ଟଙ୍କାରୁ ସେ ଜ୍ୟାକଲିନଙ୍କୁ କୋଟି କୋଟି ମୂଲ୍ୟର ଦାମୀ ଉପହାର ଦେଇଥିଲେ।