Categories: ବାଣିଜ୍ୟ

ଜେଡ୍‌ ବ୍ଲାକ୍‌ ଅଗରବତିର ନୂତନ ଅଭିଯାନ

ଭୁବନେଶ୍ୱର,୧୬।୧୧: ଦେଶର ଅଗ୍ରଣୀ ପ୍ରିମିୟମ ଧୂପକାଠି ନିର୍ମାତା ଜେଡ୍‌ ବ୍ଲାକ୍‌ର ନୂତନ ଅଭିଯାନକୁ ନିକଟରେ ଉନ୍ମୋଚନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜେଡ୍‌ ବ୍ଲାକ୍‌ ଅଗରବତି ଓ ଏମ୍‌.ଏସ୍‌.ଧୋନିଙ୍କ ମଧ୍ୟରେ ଏକ ସହଭାଗିତା ହୋଇଥିବାବେଳେ ଚଳିତ ବିଶ୍ୱକପ୍‌ ( ଆଇସିସି କ୍ରିକେଟ୍‌ ୱାଲର୍‌ଡକପ୍‌ ୨୦୨୩) ସମୟରେ ସାମୂହିକ ପ୍ରାର୍ଥନାର ଉତ୍ସାହ ଓ ପ୍ରାର୍ଥନାର ଶକ୍ତିକୁ ପାଳନ କରିବା ପାଇଁ ଉଭୟ ଏକାଠି ହୋଇଛନ୍ତି। ଅପରପକ୍ଷରେ ଭାରତର ଚମତ୍କାର ପ୍ରଦର୍ଶନ ସହିତ କ୍ରିକେଟ୍‌ ବିଶ୍ୱକପ୍‌ ଆଗକୁ ବଢୁଥିବା ବେଳେ ଜେଡ୍‌ ବ୍ଲାକ୍‌ ପକ୍ଷରୁ ଏକ ଆକର୍ଷଣୀୟ ଟିଭିସି କ୍ୟାମ୍ପେନ୍‌ର ଶୁଭାରମ୍ଭ କରାଯାଇଛି। ଏହି ନୂତନ ଟିଭିସି ବନ୍ଧୁତ୍ୱ, ଏକତା ଓ ସାମୂହିକ ପ୍ରାର୍ଥନାର ମହତ୍ତ୍ୱକୁ ପରିପ୍ରକାଶ କରିଛି। ଏହି ଟିଭି କମର୍ସିଆଲରେ ଏମ୍‌ଏସ୍‌ ଧୋନିଙ୍କୁ ବନ୍ଧୁମାନଙ୍କ ସହିତ ଏକ ରୋମାଞ୍ଚକର ମ୍ୟାଚ୍‌ ଉପଭୋଗ କରୁଥିବାର ଦେଖିବାକୁ ମିଳୁଛି। ଏପରିକି ବନ୍ଧୁମାନେ ଗେମ୍‌ର ଏକ ରୋମାଞ୍ଚକର ମୁହୂର୍ତ୍ତକୁ ଶେୟାର କରୁଥିବା ବେଳେ କ୍ୟାପ୍‌ଟେନ କୁଲ୍‌ ଜଟିଳ ସମୟରେ ପ୍ରାର୍ଥନାର ଶକ୍ତି ସମ୍ପର୍କରେ ବିସ୍ତୃତ ଭାବେ ମତବ୍ୟକ୍ତ କରୁଛନ୍ତି।
ଏ ସମ୍ପର୍କରେ ମହୀଶୂର ଦୀପ୍‌ ପର୍‌ଫ୍ୟୁମେରି ହାଉସ୍‌ (ଏମ୍‌ଡିପିଏଚ୍‌)ର ନିର୍ଦ୍ଦେଶକ ଅଙ୍କିତ ଅଗ୍ରୱାଲ କହିଛନ୍ତି, କ୍ରିକେଟ୍‌ କିମ୍ବଦନ୍ତୀ ଏମ୍‌.ଏସ୍‌. ଧୋନିଙ୍କ ସହ ସହଭାଗିତା କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଉକ୍ତ ସହଭାଗିତା ମାଧ୍ୟମରେ ଆମେ ଲୋକମାନଙ୍କୁ ଓ ସମୁଦାୟଗୁଡିକ ଏକାଠି ହେବା, ସ୍ମରଣୀୟ ମୁହୂର୍ତ୍ତଗୁଡିକୁ ପାଳନ କରିବା ଓ ନିଜର ସାମୂହିକ ଆଶୀର୍ବାଦକୁ ବିସ୍ତାର କରିବା ପାଇଁ ଅନୁପ୍ରାଣିତ କରିବାକୁ ଆଶା ରଖିଛୁ। ସେହିପରି ଏମ୍‌ଡିପିଏଚ୍‌ର ନିର୍ଦ୍ଦେଶକ ଅଂଶୁଲ ଅଗ୍ରୱାଲ କହିଛନ୍ତି, ଆନନ୍ଦ ଓ ଉତ୍ସାହର ଭାବନାକୁ କ୍ୟାପ୍ଚର କରୁଥିବା ଏହି ନୂତନ ଟିଭିସି ନିଶ୍ଚିତ ରୂପେ ଏକ ନୂଆ ଉତ୍ସାହ ଦେଶରେ ସୃଷ୍ଟି କରିବ। ଏପରିକି ଆମର ରଣନୀତି ମଧ୍ୟରେ ଆଞ୍ଚଳିକ ସୁଗନ୍ଧଗୁଡିକର ଏକ ବିସ୍ତୃତ ଶୃଙ୍ଖଳା ଉପରେ ଗୁରୁତ୍ୱ ଦେବା ଏବଂ ପାର୍ବଣ ଋତୁରେ ଅଭିନବ ସୁଗନ୍ଧ, ଅନୁସନ୍ଧାନ ଓ ବିକାଶ ପଦ୍ଧତିଗୁଡିକୁ ଆବିଷ୍କାର କରିବା ପ୍ରତି ଆମର ପ୍ରତିବଦ୍ଧତା ଆଦି ସାମିଲ ରହିଛି। ଏହି ନୂତନ ଟିଭିସିକୁ ଓବ୍‌ରୟ ଆଇବିସି ପରିକଳ୍ପନା କରିଥିବା ବେଳେ ଏହାକୁ ପାର୍ବଣ ଋତୁ ପାଇଁ ନ୍ୟୁଜ୍‌ ଓ ଜିଇସି ଚ୍ୟାନେଲ ମାଧ୍ୟମରେ ପ୍ରସାରିତ କରାଯିବ।

 

Share