Categories: ବାଣିଜ୍ୟ

ଜେଡ୍‌ ବ୍ଲାକ୍‌ର ନୂତନ ଟିଭିସି କ୍ୟାମ୍ପେନିଂ

ଭୁବନେଶ୍ୱର,୨୬।୮: ଦେଶର ପ୍ରମୁଖ ଧୂପକାଠି ବ୍ରାଣ୍ଡ୍‌ ‘ଜେଡ୍‌ ବ୍ଲାକ୍‌’ ପକ୍ଷରୁ ଏକ ନୂତନ ତଥା ଅଭିନବ ଟିଭିସି କ୍ୟାମ୍ପେନିଂ ‘ମନ କି ଶାନ୍ତି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଜେଡ୍‌ ବ୍ଲାକ୍‌ର ଥ୍ରୀ ଇନ୍‌ ଓ୍ବାନ୍‌ ପ୍ରିମିୟମ ଧୂପକାଠିର ଗୁଣବତ୍ତା ଓ ସୁଗନ୍ଧ ସମ୍ପର୍କରେ ପ୍ରଚାର ପ୍ରସାର କରିବା ସହ ଗ୍ରାହକଙ୍କ ନିକଟତର ହେବାକୁ ଉକ୍ତ ଟିଭିସିରେ ଆକର୍ଷଣୀୟ କାହାଣୀର ପରିକଳ୍ପନା ପରିବେଷିତ ହେବ। ଏପରିକି ଉକ୍ତ ଟିଭିସି ଭକ୍ତ ଓ ଭଗବାନ୍‌ଙ୍କ ଭାବନା ସହ ଭିନ୍ନ ପରିବେଶ ସୃଷ୍ଟି କରିଥାଏ। ଏ ସମ୍ପର୍କରେ ମୌସୁର ଦୀପ ପର୍ଫ୍ୟୁମେରୀ ହାଉସ ଏବଂ ଜେଡ୍‌ ବ୍ଲାକ୍‌ର ନିର୍ଦ୍ଦେଶକ ଅଙ୍କିତ ଅଗ୍ରଓ୍ବାଲ କହିଛନ୍ତି, ମନ୍‌ କି ଶାନ୍ତି ଟିଭିସି ଜରିଆରେ ଆମେ ଭକ୍ତିର ଏକ ଭାବ ଓ ପରିବେଶ ସୃଷ୍ଟି କରିବାକୁ ପ୍ରୟାସ କରୁଛି। ଏପରିକି ଧୋନୀଙ୍କ ଅଭିନବ ଚିନ୍ତାଧାରା ଓ ଭକ୍ତିମୟ ବାର୍ତ୍ତା ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିବ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିଭଳି ମୈସୁର ଦୀପ୍‌ ପର୍ଫ୍ୟୁମେରୀ ହାଉସ ଏବଂ ଜେଡ୍‌ ବ୍ଲାକ୍‌ର ନିର୍ଦ୍ଦେଶକ ଅନଶୁଲ ଅଗ୍ରଓ୍ବାଲ କହିଛନ୍ତି, ଆମେ ଧୋନୀଙ୍କ ଭଳି ପ୍ରତିଭା ଓ ବ୍ୟକ୍ତିତ୍ୱଙ୍କ ସହ ସହଭାଗିତାକରି ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି ଉକ୍ତ ଅଭିଯାନ ଉଭୟ କାରବାର ଓ ଗ୍ରାହକଙ୍କ ନିକଟତର ହେବାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

Share