Categories: ଖେଳ

କପିଳ ଦେବଙ୍କୁ ପଛରେ ପକାଇଲେ ଜାଡେଜା

ବ୍ରିଜ୍‌ଟାଉନ୍‌,୨୮।୭: ଟେଷ୍ଟ ସିରିଜରେ ଏକ ଚମତ୍କାର ପ୍ରଦର୍ଶନ ପରେ ରବିନ୍ଦ୍ର ଜାଡେଜା ସମାନ ଢଙ୍ଗରେ ଦିନିକିଆ ସିରିଜ୍‌ ଆରମ୍ଭ କରିଛନ୍ତି। ପ୍ରଥମ ଦିନିକିଆରେ ୪ ଉଇକେଟ ନେଇ ଜାଡେଜା ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବଙ୍କ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆରେ ସର୍ବାଧିକ ଉଇକେଟ ନେଇଥିବା ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ବର୍ତ୍ତମାନ ଜାଡେଜା ଦିନିକିଆରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ପାଇଁ ସର୍ବାଧିକ ଉଇକେଟ ନେଇଛନ୍ତି। ଜାଡେଜାଙ୍କ ୪୪ ଉଇକେଟ ଥିବାବେଳେ କପିଲ ଦେବ ୪୩ ଉଇକେଟ ନେଇ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଅନିଲ କୁମ୍ବଲେ ୪୧ ଉଇକେଟ ନେଇ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆକୁ ୫ ଉଇକେଟ୍‌ରେ ଜିତିନେଇଛି ଭାରତ।

Share