Categories: ଖେଳ

ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ଭାରତୀୟ ଟିମ୍‌ ଲାଗି ଖୁସିଖବର: ଫିଟ୍‌ ହେଲେ ଏହି କ୍ରିକେଟର…

ନୂଆଦିଲ୍ଲୀ,୨।୧: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଭାରତୀୟ ଟିମ୍‌ ପାଇଁ ଖୁସି ଖବର। ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଫେବୃୟାରୀ ୯ରୁ ନାଗପୁରରେ ଖେଳାଯିବାକୁ ଥିବା ଟେଷ୍ଟ ପୂର୍ବରୁ ଫିଟ୍‌ନେସ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଫଳରେ ତାଙ୍କର ଦଳକୁ ଫେରିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ବୁଧବାର ଏନ୍‌ସିଏ ପକ୍ଷରୁ ଜାଡେଜାଙ୍କ ଫିଟନେସ୍‌ ରିପୋର୍ଟ ଜାରି କରାଯାଇଛି। ସେ ଖୁବ୍‌ଶୀଘ୍ର ନାଗପୁରରେ ଥିବା ଭାରତୀୟ ଟିମ୍‌ରେ ଯୋଗଦେବେ।

ଅଗଷ୍ଟ ୨୦୨୨ରେ ଶେଷ ଥର ଲାଗି ଟିମ୍‌ ଇଣ୍ଡିଆ ପାଇଁ ଖେଳିଥିଲେ ଜାଡେଜା। ସେବେଠାରୁ ସେ ଆହତ ସମସ୍ୟାକୁ ନେଇ ଦଳରୁ ଦୂରରେ ଥିଲେ। ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ବେଳେ ୩ ଥର ଅପରେଶନ କରାଯାଇଥିଲା। ଏବେ ସେ ଫିଟ୍‌ ହୋଇଥିବା ହେତୁ ଦଳ ପାଇଁ ଶୁଭ ସୂଚନା ବୋଲି କୁହାଯାଇଛି।

Share