ନୂଆଦିଲ୍ଲୀ,୭।୯(ପି.ଟି.): ଭାରତର ଆଘାତପ୍ରାପ୍ତ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଡାହାଣ ଆଣ୍ଠୁରେ ସଫଳତାର ସହ ଅସ୍ତ୍ରୋପଚାର ସମ୍ପନ୍ନ ହୋଇଛି। ସେ ଖୁବ୍ ଶୀଘ୍ର ତାଙ୍କ ରିହାବିଲିଟେଶନ ଆରମ୍ଭ କରିବେ ବୋଲି ମଙ୍ଗଳବାର ସୂଚନା ଦେଇଛନ୍ତି। ୩୩ ବର୍ଷୀୟ ଜାଡେଜା ଏସିଆ କପ୍ ସୁପର-୪ ପର୍ଯ୍ୟାୟ ପୂର୍ବରୁ ଆଘାତପ୍ରାପ୍ତ ହେବାରୁ ଓହରିଯିବାକୁ ବାଧ୍ୟ ହୋଇଥିଲେ। ବଡ଼ ଧରଣର ଅସ୍ତ୍ରୋପଚାର ହୋଇଥିବାରୁ ଜାଡେଜା ଅନିର୍ଦ୍ଦିଷ୍ଟକାଳ ପାଇଁ ଖେଳିପାରିବେ ନାହିଁ ବୋଲି ବିସିସିଆଇର ଜଣେ ଅଫିସିଆଲ କହିଛନ୍ତି। କିନ୍ତୁ ଅକ୍ଟୋବରରେ ହେବାକୁଥିବା ଟି୨୦ ବିଶ୍ୱକପ୍ ବେଳକୁ ଜାଡେଜା ଠିକ୍ ହୋଇଯାଇପାରନ୍ତି ବୋଲି କୋଚ୍ ରାହୁଲ ଡ୍ରାଭିଡ ଆଶା ପ୍ରକାଶ କରି କହିଛନ୍ତି।