Categories: ଖେଳ

ଜାଡେଜାଙ୍କ ଶୋ; ଶେଷ ଓଭରରେ ମାରିଲେ ୫ ଛକା

ମୁମ୍ବାଇ,୨୫।୪ :ଦେଖିବାକୁ ମିଳିଲା ରବୀନ୍ଦ୍ର ଜାଡେଜାଙ୍କ ଶୋ। ଶେଷ ଓଭରରେ ୫ ଛକା ସହ ଆଦାୟ କରିଥିଲେ ୩୭ ରନ୍‌। ଏହା ଆଇପିଏଲ ଇତିହାସର ସବୁଠୁ ମହାଙ୍ଗା ଓଭର। ଜାଡେଜାଙ୍କ ୬୨ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଟେବୁଲ ଟପର ଆରସିବି ସାମ୍ନାରେ ଛିଡ଼ା କରିଛି ୧୯୨ ରନ୍‌ର ବିଜୟଲକ୍ଷ୍ୟ।

ଚଳିତ ଆଇପିଏଲରେ ପ୍ରଥମ ଥର କୌଣସି ଦଳର ଅଧିନାୟକ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାକୁ ସଠିକ୍‌ ପ୍ରମାଣ କରିଥିଲେ ଫାଫ ଡୁ’ ପ୍ଲେସି (୫୦) ଓ ଋତୁରାଜ ଗାଏକ୍ୱାଡ (୩୩)ଙ୍କ ଯୋଡ଼ି। ୯ ଓଭରରେ ୭୪ ରନ୍‌ ଯୋଡ଼ିଥିଲେ। ଦୁହେଁ ଆଉଟ୍‌ ହେବା ପରେ ମ୍ୟାଚ୍‌କୁ ଫେରିଥିଲା ବିରାଟ କୋହଲିଙ୍କ ଦଳ। କିନ୍ତୁ ହର୍ଶଲ ପଟେଲଙ୍କ ଅନ୍ତିମ ଓଭରରେ ୩୭ ରନ୍‌ ଲଗାଇଥିଲେ ଜାଡେଜା।

Share