Categories: ଖେଳ

ପୃଥ୍ବୀଙ୍କୁ ସେହ୍ବାଗଙ୍କ ସହ ତୁଳନା କଲେ ଜାଫର

ମମ୍ବାଇ, ୯।୭- ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଓପନର୍‌ ତଥା ବର୍ତ୍ତମାନ ଉତ୍ତରାଖଣ୍ଡ କ୍ରିକେଟ୍‌ ଦଳର କୋଚ୍‌ ରହିଥିବା ଓ୍ବାସିମ ଜାଫର ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ବହୁତ ପ୍ରଶଂସା କରିଛନ୍ତି। ପୃଥ୍ବୀଙ୍କୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗଙ୍କ ସହ ତୁଳନା କରିଛନ୍ତି ଜାଫର। ଆକାଶ ଚୋପ୍ରାଙ୍କ ଶୋ ‘ଆକାଶବାଣୀ’ରେ ବାର୍ତ୍ତାଳପ ଅବସରରେ ଜାଫର କହିଛନ୍ତି, ‘ନିଃସନ୍ଦେହରେ କହିବି ଯେ ମୋତେ ଲାଗୁଛି ସେ (ପୃଥ୍ବୀ) ଜଣେ ସ୍ବତନ୍ତ୍ର ଖେଳାଳି। ସେ ଯେଉଁଭଳି ଶର୍ଟ ମାରୁଛନ୍ତି ମୋତେ ଲାଗୁଛି ବୀରେନ୍ଦ୍ର ସେହ୍ବାଗଙ୍କ ଭଳି ଦକ୍ଷତା ତାଙ୍କ ନିକଟରେ ରହିଛି। କିନ୍ତୁ ସେ ନିଜ ଖେଳକୁ ବୁଝିବା ଆବଶ୍ୟକ ଯେ କେଉଁଠି ତାଙ୍କୁ ବ୍ୟାକ୍‌ଫୁଟ୍‌ରେ ଖେଳିବାର ଅଛି। ଗତ ନ୍ୟୁଜିଲାଣ୍ଡ ଟୁର୍‌ରେ ଏନେଇ ତାଙ୍କୁ ଅଳ୍ପ ବହୁତେ ଶିଖାଯାଇଥିବ। ନ୍ୟୁଜିଲାଣ୍ଡରେ ସେ ୨ଥର ଶର୍ଟ ବଲ୍‌ରେ ଆଉଟ୍‌ ହୋଇ ସେମାନଙ୍କ ଜାଲରେ ଫଶି ଯାଇଥିଲେ।’ ସେହିଭଳି ଜାଫର ଅନ୍ୟତମ ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରଓ୍ବାଲଙ୍କୁ ମଧ୍ୟ ତାରିଫ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପୃଥ୍ବୀ ବର୍ତ୍ତମାନ ସୁଦ୍ଧା ଭାରତ ପକ୍ଷରୁ ୪ ଟେଷ୍ଟ ମ୍ୟାଚ୍‌ ଖେଳି ୩୩୪ ରନ୍‌ ସଂଗ୍ରହ କରିଛନ୍ତି। ଯେଉଁଥିରେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ସାମିଲ ରହିଛି। ସେହିଭଳି ୩ଟି ଦିନିକିଆ ମ୍ୟାଚ୍‌ରୁ ୮୪ ରନ ତାଙ୍କ ନାମରେ ଲିପିବଦ୍ଧ ରହିଛି।

Share