ଜଗା ଦର୍ଶନରେ ବାହାରିଥିଲେ, ରାସ୍ତାରେ ଘଟିଲା ଦୁର୍ଘଟଣା

ପାଟଣା,୧୯।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନଂ. ଜାତୀୟ ରାଜପଥର ଖୁଞ୍ଚିବେଡା ନିକଟରେ ରବିବାର ସକାଳୁ ଭାରସାମ୍ୟ ହରାଇ ଏକ ସ୍କର୍ପିଓ ଦୁର୍ଘଟଣା ଗ୍ରସ୍ତ ହୋଇଛି। ସ୍କର୍ପିଓଟି ଜାମ୍‌ସବେଦପୁରର ଭୁଆଁଡି ଗାଁରୁ ପୁରୀ ଅଭିମୁଖେ ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଖୁଞ୍ଚି ବେଡା ନିକଟରେ ଗାଡ଼ିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ଥିବା ୨ଟି ପରିବାର ୨ ଜଣ ପୁରୁଷ , ୨ ମହିଳା ଓ ୨ ଶିଶୁଙ୍କ ଥିବା ବେଳେ ଜଣେ ମହିଳା ଗୁରୁତର ଅଛନ୍ତି। ତାଙ୍କ ସ୍ବାମୀ ଆହତ ହୋଇଛନ୍ତି। ଗୁରୁତର ଥିବା ପ୍ରିୟଙ୍କା କୁମାରୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।