ପୁରୀ ଅଫିସ,୧୪।୨: ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା କୋହଳ ପାଇଁ ପୁରୀ ସହରବାସୀ ଦାବି କରିଛନ୍ତି। ଏଥିସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ ଓ କିଓସ୍କୋ ବ୍ୟବସ୍ଥା ଉଠାଇବା ପାଇଁ ଜିଲାପାଳଙ୍କୁ ଦାବି ପତ୍ର ଦେଇଛନ୍ତି। ସେପଟେ ଦୁଇଦିନିଆ ପୁରୀ ଗସ୍ତରେ ରାଷ୍ଟ୍ରପତି ଆସୁଥିବା ବେଳେ ୧୯ ତାରିଖରେ ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ଶୃଙ୍ଖଳିତ ଦର୍ଶନ ନେଇ ଛତିଶା ନିଯୋଗ ପ୍ରତିନିଧିଙ୍କ ସହ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତ ଦିନ ଶ୍ରୀମନ୍ଦିରରେ ନୀତିକାନ୍ତି ଶୃଙ୍ଖଳିତ ହେବା ସହ ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ନିଯୋଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଅନ୍ୟପଟେ କୋଭିଡ ସଂକ୍ରମଣ କମୁଥିବାରୁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ କଟକଣା କୋହଳ କରାଯିବ ବୋଲି ଜିଲାପାଳ କହିଛନ୍ତି।