ପୁରୀ ଅଫିସ,୮।୯: ଏଣିକି ଶ୍ରୀମନ୍ଦିର ଶନିବାର ଖୋଲା ରହିବ। ଦୈନିକ ଦର୍ଶନ ଅବଧି ମଧ୍ୟ ୨ ଘଣ୍ଟା ବୃଦ୍ଧି ହେବ। ଶ୍ରଦ୍ଧାଳୁ ପ୍ରତିଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। କେବଳ ସାନିଟାଇଜେଶନ ପାଇଁ ଶ୍ରୀମନ୍ଦିର ରବିବାର ବନ୍ଦ ରହିବ ।
ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୈନିକ ଦର୍ଶନ ଅବଧିକୁ ୨ ଘଣ୍ଟା ବୃଦ୍ଧି କରାଯାଇଛି। ଏଣିକି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ମିଳିଛି। ମାତ୍ର ପୂର୍ବ ନିଷ୍ପତ୍ତି ଅନୁସାରେ ପୂଜାପର୍ବାଣୀରେ ଶ୍ରୀମନ୍ଦିର ବନ୍ଦ ରହିବ । ଆସନ୍ତା ୧୦ ତାରିଖ ଗଣେଶ ପୂଜା ଓ ୧୭ ତାରିଖରେ ବିଶ୍ୱକର୍ମା ପୂଜା ଦିନ ବନ୍ଦ ରହିବ। ଅକ୍ଟୋବର ମାସରେ ମଧ୍ୟ ଶ୍ରୀମନ୍ଦିର ୩ ଦିନ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଭିଡିଓ କନ୍ଫରେନସିଂ ଜରିଆରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।