ସହଜ ହେବ ଜଗା ଦର୍ଶନ: ହଟିବ ଆଉ ଏକ ବାଧା

ଭୁବନେଶ୍ୱର,୨୪।୧(ବ୍ୟୁରୋ): ମହାପ୍ରଭୁଙ୍କ ଦର୍ଶନରୁ ଆଉ ଏକ ବାଧାକୁ ହଟାଯିବ। ସେଠାରେ ଲଗାଯାଇଥିବା ବ୍ୟାରିକେଡକୁ ସୋମବାରଠାରୁ ହଟାଯିବା ନେଇ ପୁରୀ ଏସ୍‌ପି କନଓ୍ବର ବିଶାଲ ସିଂହ ରବିବାର ସୂଚନା ଦେଇଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ଜଗନ୍ନାଥବଲ୍ଲଭଠାରୁ ମରିଚିକୋଟ ପର୍ଯ୍ୟନ୍ତ ଯେଉଁ ବ୍ୟାରିକେଡ କରାଯାଇଥିଲା, ତାକୁ ହଟାଇ ଦିଆଯିବ ବୋଲି ଏସ୍‌ପି କହିଛନ୍ତି। ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବାବେଳେ ଶ୍ରଦ୍ଧାଳୁମାନଙ୍କଠାରୁ ନିଆଯାଇଥିବା ମତାମତ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।

କରୋନା ଯୋଗୁ ୧୦ ମାସ ଶ୍ରୀମନ୍ଦିର ବନ୍ଦ ରହିବା ପରେ ଦର୍ଶନ ବ୍ୟବସ୍ଥା ସ୍ବଭାବିକ ହୋଇଛି। ଜାନୁୟାରୀ ୨୧ ତାରିଖରୁ ଲୋକେ ବିନା କୋଭିଡ ରିପୋର୍ଟରେ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି। ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ପ୍ରୋଟୋକଲ ମାନି ମାର୍କେଟ ଛକରୁ ବ୍ୟାରିକେଡ ପ୍ରବେଶ କରି ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଉଛନ୍ତି। ଦର୍ଶନ ପରେ ସେମାନେ ଉତ୍ତର ଦ୍ୱାର ଦେଇ ବାହାରୁଛନ୍ତି।

Share