ଜନ୍ମମାଟିକୁ ଫେରିଯିବେ ଜଗା !

ଫୁଲବାଣୀ ଅଫିସ,୨୨।୩: ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ କାଳିଆଙ୍କ ପରଲୋକ ହୋଇଯାଇଥିବା ବେଳେ ଜଗାଙ୍କୁ କନ୍ଧମାଳ ତଥା ଜନ୍ମମାଟିକୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଜଗା ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେଠାରୁ ଫେରାଇ ଆଣି ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ସୋମବାର ଏଠାରୁ ଦୁଇ ଜଣିଆ ଡାକ୍ତରୀ ଟିମ୍‌ ଏସ୍‌ସିବି ଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ଅଭୟ ପଟ୍ଟନାୟକ।

ଏହି ଦୁଇ ଜଣିଆ ଡାକ୍ତରୀ ଟିମ୍‌ ଜଗାର ଚିକିତ୍ସା ପଦ୍ଧତି ସମ୍ପର୍କରେ ଏସ୍‌ସିବିର ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିବେ। ପରେ ଜଗାଙ୍କୁ ଏଠାକୁ ଅଣାଯିବାର ଯୋଜନା ରହିଛି ବୋଲି ଏଡିଏମ୍‌ଓ କହିଛନ୍ତି।

Share