ଫୁଲବାଣୀ ଅଫିସ,୧୧ା୮: କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା ଏବେ ଫୁଲବାଣୀ ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରହି ଚିକିତ୍ସିତ ହେଉଛନ୍ତି। ଗୁରୁବାର ସେ ମେଡିକାଲରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି। ସାନ ଭଉଣୀ ସୁଭଦ୍ରାର କୁନି ହାତରୁ ଜଗା ରାକ୍ଷୀ ବାନ୍ଧି ବହୁତ ଖୁସି ହୋଇଛି । ସୂଚନାଯୋଗ୍ୟ, ଯୋଡାମୁଣ୍ଡରୁ ଅଲଗା ହେବା ପରେ ଜଗା ଏବଂ କାଳିଆ ସୁସ୍ଥ ଥିଲେ। ହେଲେ କିଛି ଦିନ ମଧ୍ୟରେ କାଳିଆର ସ୍ବାସ୍ଥାବସ୍ଥାରେ ଅବନତି ହେବା ପରେ ସେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ କିଛିିଦିନ ପରେ ଫୁଲବାଣୀ ମେଡିକାଲରେ ଭଉଣୀ ସୁଭଦ୍ରା ଜନ୍ମ ହୋଇଥିଲା । ସେବେଠାରୁ ଜଗା ଭଉଣୀ ସହ ମିଶି ମେଡିକାଲରେ ରହୁଛି। ଆଜି ଦିନରେ ଭଉଣୀ ହାତରୁ ରାଖୀ ବାନ୍ଧି ଜଗା ଖୁସି ହେଉଥିବା ନଜର ଆସିଛି।