କଟକ ଅଫିସ,୨୨।୩: ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗାଙ୍କୁ ସୋମବାର କଟକ ବଡ଼ ମେଡ଼ିକାଲରୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କଟକରୁ ନିଜ ଜନ୍ମମାଟିକୁ ଫେରିଛନ୍ତି ଜଗା। ୧୦୮ ଆମ୍ବୁଲାନ୍ସରେ ସ୍ବତନ୍ତ ଡାକ୍ତରୀ ଦଳ ସହ ସେ ଫୁଲବାଣୀ ଯାଇଛନ୍ତି। ସେ ଏବେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବେ।