Categories: ଜାତୀୟ

ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ ଅସୁସ୍ଥ, ଛାତିରେ ଯନ୍ତ୍ରଣା ହେବା ପରେ ହସ୍ପିଟାଲ୍‌ରେ ଭର୍ତ୍ତି

ଆଗ୍ରା,୨।୨: ତୁଳସୀ ପୀଠାଧିଶ୍ୱର ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ ଅସୁସ୍ଥ ହୋଇପଡ଼ିଛନ୍ତି। ଛାତିରେ ଯନ୍ତ୍ରଣା ହେଉଥିବା ସେ ଅଭିଯୋଗ କରିବା ପରେ ତାଙ୍କୁ ଆଗ୍ରାର ପୁଷ୍ପାଞ୍ଜଳି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ଅଧିକ ଚିକିତ୍ସା ଲାଗି ବିମାନ ଜରିଆରେ ଡେରାଡୁନ୍‌ ନେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଭଦ୍ରାଚାର୍ଯ୍ୟଙ୍କ ଉତ୍ତରାଧିକାରୀଙ୍କୁ ଫୋନ୍‌ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ସେହିଭଳି ଜଗଦଗୁରୁଙ୍କ ସ୍ବାସ୍ଥ୍ୟ ବିଗିଡ଼ିଥିବା ଖବର ପାଇ ଅନୁଗାମୀମାନେ ହସ୍ପିଟାଲରେ ପହଞ୍ଚୁଥିବା ଦେଖାଯାଇଛି। ପ୍ରାରମ୍ଭିକ ଯାଞ୍ଚରେ ତାଙ୍କ ଛାତିରେ ସଂକ୍ରମଣ ହୋଇଥିବା ସାମ୍ନାକୁ ଆସିଛି। ୪ ବର୍ଷ ପୂର୍ବେ ତାଙ୍କର ହୃଦୟରେ ବାଇପାସ୍‌ ସର୍ଜରୀ ହୋଇଥିଲା। ଏଣୁ ଡାକ୍ତରମାନେ ତାଙ୍କୁ ସବୁ ପ୍ରକାରର ଯାଞ୍ଚ କରୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Share