ଅରୁଣ ଗୋଭିଲଙ୍କୁ ଭେଟି କାନ୍ଦିବାକୁ ଲାଗିଲେ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ

ବମ୍ବେ: ଲୋକପ୍ରିୟ ଅଭିନେତା ଅରୁଣ ଗୋଭିଲ ଧାରାବାହିକ ରାମାୟଣରେ ରାମଙ୍କ ଚରିତ୍ରରେ ଜୀବନ୍ତ ଅଭିନୟ କରିଥିଲେ। ଏହାର ଛାପ ଏବେ ବି ଦର୍ଶକଙ୍କ ହୃଦୟରେ ରହିଛି। ଅନେକ ତାଙ୍କର ପୂଜା କରିବା ସହ ପାଦ ଛୁଉଁଥିବା ଦେଖାଯାଇଛି। ଏହି କ୍ରମରେ ଅରୁଣଙ୍କୁ ସ୍ବାମୀ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ମଧ୍ୟ ଜାବୁଡ଼ି ଧରି କାନ୍ଦୁଥିବାର ଭିଡିଓ ଭାଇରାଲ ହେଉଛି।

ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ଏକ ସତ୍‌ସଙ୍ଗରେ ଯୋଗ ଦେବାକୁ ଅରୁଣ ପହଞ୍ଚିଥିଲେ। ସେଠାରେ ସେ ଯାଇ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ପାଦ ଛୁଇଁଥିଲେ। ଏହା ଦେଖି ଜଗତଗୁରୁ ତାଙ୍କୁ କୋଳେଇ ନେଇଥିଲେ। ଭଗବାନଙ୍କୁ ଦେଖି ଭକ୍ତଟିଏ ଯେଉଁଭଳି ଖୁସି ଅନୁଭବ କରିଥାଏ, ସେହିଭଳି ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଅରୁଣଙ୍କୁ ଦେଖି କାନ୍ଦିବା ସହ ଭାବବିହ୍ବଳ ନଜର ଆସିଥିଲେ।

ପଚରାଯିବାରେ ଅରୁଣଙ୍କୁ ଭେଟିବାକୁ ନେଇ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଖୁସି ବ୍ୟକ୍ତ କରିଛନ୍ତି। ଏହାଛଡ଼ା ଅରୁଣ ଅଭିନୟ କରୁଥିଲେ ସତ ହେଲେ ସେହି ବନ୍ଦ ଆଖିରୁ ମୋତେ ରାମଙ୍କ ସ୍ବରୂପ ନଜର ଆସୁଥିଲା ବୋଲି କହିଛନ୍ତି।

Share