ରାଇକିଆ,୧୦ା୩ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଏକ ସପ୍ତାହ ବ୍ୟାପୀ ଚାଲିଥିବା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ମନ୍ଦିର ପ୍ରବେଶ ଉତ୍ସବ ଶେଷ ହୋଇଛି। ସୋମବାର ପୂର୍ବାହ୍ନ ୧୦ଟା ପରେ ଗଣେଶ, ଲକ୍ଷ୍ମୀ, ସନ୍ତୋଷୀ, ବିମଳାଙ୍କ ବିଗ୍ରହ ସ୍ଥାପନ ପରେ ପୂର୍ବରୁ ଥିବା ଅସ୍ଥାୟୀ ମଣ୍ଡପରୁ ନବନିର୍ମିତ ମନ୍ଦିରକୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଣାଯାଇ ରତ୍ନ ସିଂହାସନରେ ବିଜେ କରାଯାଇଥିଲା। କର୍ତ୍ତା ଭାବେ କମିଟି ସଭାପତି ସତ୍ୟବାନ ପାତ୍ର, ସମ୍ପାଦକ ବାଇନାଥ ଦାସ, ବିକ୍ରମ ପାଳ, ରାମଚନ୍ଦ୍ର ପଣ୍ଡା, ଭଜରାମ ପତି, ରାମକୃଷ୍ଣ ପାତ୍ର ଏବଂ ବାବୁଲି ପାଳ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ ନାମ ଯଜ୍ଞ, ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ ହୋଇଥିଲା। ସନ୍ଧ୍ୟାରେ ଭଜନ ସମାରୋହ କାର୍ଯ୍ୟକ୍ରମ ହୋଇଥିଲା। କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବହୁ ଶ୍ରଦ୍ଧାଳୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିଲେ ।