ରୁଟିରେ ଦର୍ଶନ ଦେଲେ ଜଗନ୍ନାଥ

ଭଦ୍ରକ,୧୮।୧୧(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକ ମଙ୍ଗୁଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ରୁଟିରେ ଜଗନ୍ନାଥ ଦର୍ଶନ ଦେଇଛନ୍ତି। ସୂଚନା ମୁତାବକ ଶୁକ୍ରବାର ରାତିରେ ତାଙ୍କ ବୋହୁ ରୁଟି ସେକୁଥିବା ବେଳେ ରୁଟିର କିଛି ଅଂଶ ପୋଡ଼ିଯାଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଦେଖାଯାଇଥିଲା। ପରିବାର ଲୋକେ ଏସବୁ ଦେଖିବା ପରେ ରୁଟିକୁ ଫୁଲ ଧୂପ ଦେଇ ପୂଜାର୍ଚ୍ଚନା କରିଥିଲେ । ସକାଳୁ ବହୁ ସଂଖ୍ୟାରେ ଲୋକେ ପହଞ୍ଚି ଦର୍ଶନ କରିବା ସହ ପୂଜା କରୁଛନ୍ତି ।

Share