ଅଧା ରହିଗଲା ଜଗା ଦର୍ଶନ

ଖଇରା,୨୩।୭(ଡି.ଏନ.ଏ): ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ମାଟିଆଳପଦା ଗ୍ରାମର ନବବିବାହିତା ପ୍ରଦୀପ ଗିରିଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଛି। ତେବେ ସ୍ତ୍ରୀ ମାମିନା ଜେନାଙ୍କ ସହ ପୁରୀ ଯାଇ ଜଗା ଦର୍ଶନ ପରିବାର ଇଚ୍ଛା ଅଧାରେ ରହିଯାଇଛି।

ପ୍ରଦୀପଙ୍କ ସହ ଗ୍ରାମର ଶତ୍ରୁଘ୍ନ ଜେନାଙ୍କ ଝିଅ ମାମିନା ସହ ଜଗନ୍ନାଥ ମନ୍ଦିରରେ ଜୁନ ୧୮ତାରିଖରେ ବିବାହ ହୋଇଥିଲା। ଉଭୟ ଲକ୍‌ଡାଉନ ହଟିବା ପରେ ପୁରୀ ଜଗନ୍ନାଥ ବୁଲି ଯିବାକୁ ମନସ୍ଥ କରିଥିଲେ। ଗୁରୁବାର ପ୍ରଦୀପ ବିଲରେ କାମସାରି ଘରକୁ ଫେରିଥିଲେ। ରାତିରେ ଖାଇସାରି ଶୋଇଥିବା ବେଳେ ହଠାତ ଶରୀରରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସାପ କାମୁଡ଼ାରେ ପ୍ରଦୀପଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।