‘ଜଗନ୍ନାଥ ବନ ପ୍ରକଳ୍ପର ପୁନରୁଦ୍ଧାର ଜରୁରୀ’

ପୁରୀ ଅଫିସ,୫।୭:ରଥ ନିର୍ମାଣରେ ଲାଗୁଥିବା କାଠର ଅଭାବୀ ସ୍ଥିତି ସମସ୍ୟା ବଢ଼ାଉଛି। ପ୍ରତିବର୍ଷ ଶ୍ରୀଜୀଉଙ୍କ ପାଇଁ ନୂଆ ରଥ ନିର୍ମାଣ ହେଉଛି। ଫାସୀ, ଅସନ ଓ ଧଉରା କାଠ ପର୍ଯ୍ୟାପ୍ତ ପରିମାଣରେ ଆବଶ୍ୟକ ପଡ଼ୁଛି। ଧୀରେ ଧୀରେ ଏସବୁ କାଠ ଦୁର୍ଲଭ ହେବାରେ ଲାଗିଲାଣି। ଏପରିକି ଚଳିତବର୍ଷ ଏସବୁ କାଠ ଯୋଗାଇଦେବାକୁ ଭକ୍ତଙ୍କୁ ନିବେଦନ କରାଯାଇଥିଲେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ମିଳିପାରିନାହିଁ। ଏଣୁ ଏଭଳି ସ୍ଥିତିକୁ ଦେଖି ଗଜପତି ମହାରାଜା ଦିବ୍ୟସିଂହ ଦେବ ଚିନ୍ତା ପ୍ରକଟ କରିଛନ୍ତି। ଗଜପତି ମହାରାଜା କହିଛନ୍ତି, ରଥ ପାଇଁ କାଠର ଅଭାବୀ ସ୍ଥିତି ଏକ ବଡ଼ ସମସ୍ୟା। ଏହାର ସମାଧାନ ହେଉଛି ଜଗନ୍ନାଥ ବନ ପ୍ରକଳ୍ପ। ମହାପ୍ରଭୁଙ୍କ ରଥଯାତ୍ରା ପାଇଁ କେବେ ହେଲେ ରଥ କାଠର ଅଭାବ ହେବ ନାହିଁ, ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାର ଜଗନ୍ନାଥ ବନ ପ୍ରକଳ୍ପ ଆରମ୍ଭ କରିଥିଲେ। ଏହାକୁ ସଫଳ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ଜଗନ୍ନାଥ ବନ ପ୍ରକଳ୍ପର ପୁନରୁଦ୍ଧାର ନିହାତି ଦରକାର, ନଚେତ୍‌ ଭବିଷ୍ୟତରେ କାଠ ଅଭାବ ସମସ୍ୟା ଆହୁରି ବଢ଼ିବ। ବନ ପ୍ରକଳ୍ପ ଅଧୀନରେ କେଉଁ କେଉଁ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ତାହା କିଛିବର୍ଷ ହେବ ଆମେ ଜାଣିପାରୁନାହୁଁ। ସରକାର ଆମ ସହଯୋଗ ଚାହିଁଲେ ଆମେ ସହଯୋଗ କରିବା ପାଇଁ ପ୍ରସ୍ତୁତ। ବନ ବିଭାଗକୁ ନେତୃତ୍ୱ ନେବାର ଆବଶ୍ୟକତା ରହିଛି। ବନ ବିଭାଗ ଚାହିଁଲେ ଜଗନ୍ନାଥ ବନ ପ୍ରକଳ୍ପ ସଫଳ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ରଥ କାଠର ଅଭାବୀ ସ୍ଥିତିକୁ ଦୂର କରିବା ଉଦ୍ଦେଶ୍ୟରେ କେଉଁ କେଉଁ ପଦକ୍ଷେପ ନିଆଯିବା ଦରକାର ସେନେଇ ମହାରଣା ସେବକମାନଙ୍କ ସହ ଆଲୋଚନା କରିବା ଲାଗି ଗତ ଜୁନ୍‌ ୧୯ରେ ପୁରୀ ସମେତ ୭ଟି ବନଖଣ୍ଡର ଅଧିକାରୀ ପୁରୀ ରଥଖଳାରେ ପହଞ୍ଚିଥିଲେ। ଏହି ଅବସରରେ ଅଧିକାରୀମାନେ ସମୀକ୍ଷା କରିବା ସହ ମହାରଣା, ରଥ ଅମିନ ଓ ରଥ ମେକାପଙ୍କ ସହିତ ଆଲୋଚନା କରିଥିଲେ। ସେତେବେଳେ ଭୁବନେଶ୍ୱର ଆଞ୍ଚଳିକ ବନଖଣ୍ଡ ଅଧିକାରୀ ମନୋଜ ମହାପାତ୍ର କହିଥିଲେ, ପ୍ରଥମେ କେବଳ ନୟାଗଡ଼ ବନଖଣ୍ଡରୁ କାଠ ଆସୁଥିଲା। ଉପଯୁକ୍ତ କାଠର ଅଭାବ ହେତୁ ଗତବର୍ଷଠାରୁ ନୟାଗଡ଼ ସମେତ ଖୋର୍ଦ୍ଧା, ଘୁମୁସର, ପୁରୀ, ଭୁବନେଶ୍ୱର ସିଟି ଡିଭିଜନ୍‌ ଏବଂ ବୌଦ୍ଧ ବନଖଣ୍ଡରୁ କାଠ ଆସୁଛି। ଗତ ୧୦ରୁ ୧୫ ବର୍ଷ ହେବ ଜଗନ୍ନାଥ ବନ ପ୍ରକଳ୍ପ ହୋଇଛି। ବନ ପ୍ରକଳ୍ପ ଅଧୀନରେ ଲାଗିଥିବା ଗଛ ୬ ଫୁଟ୍‌ ଗୋଲେଇ ଓ ୪୦ ଫୁଟ୍‌ ଲମ୍ବ ହେବାକୁ ୧୨୦ରୁ ୧୪୦ ବର୍ଷ ଦରକାର। ଗଛଗୁଡ଼ିକର ବୃଦ୍ଧି ମଧ୍ୟ ସ୍ବାଭାବିକଠାରୁ କମ୍‌ ରହିଛି। ରଥ ନିର୍ମାଣ ଲାଗି ପ୍ରତିବର୍ଷ ପ୍ରାୟ ୯ଶହ ଗଛର କାଠ ଆବଶ୍ୟକ ହେଉଛି। ଏଣୁ ଜଗନ୍ନାଥ ବନ ପ୍ରକଳ୍ପ ଅଧୀନରେ ଲାଗିଥିବା ଫାସୀକାଠ ମିଳିବାକୁ ଆହୁରି ୬୦ରୁ ୭୦ ବର୍ଷ ଲାଗିବ। ଅନ୍ୟ କାଠ ଶହେ ବର୍ଷ ପରେ ମିଳିବ। ତେଣୁ ବନ ପ୍ରକଳ୍ପରୁ କାଠ ଆଣି ରଥ ନିର୍ମାଣ କରିବା ନିକଟ ଦଶନ୍ଧିରେ ସମ୍ଭବ ହୋଇ ନ ପାରେ ବୋଲି ସେ ପ୍ରକାଶ କରିଥିଲେ। ସମ୍ପ୍ରତି ରଥକାଠ ସମସ୍ୟାକୁ ନେଇ ଗଜପତି ମହାରାଜା ଉଦ୍‌ବେଗ ପ୍ରକାଶ କରିବା ପରେ ଜଗନ୍ନାଥ ବନ ପ୍ରକଳ୍ପର ସଫଳ କାର୍ଯ୍ୟକାରିତା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସମସ୍ତଙ୍କ ଅପେକ୍ଷା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ ପରିବାର: ଭାଇ-ଭାଇ ପତିଆରା କଳି

ବଲାଙ୍ଗୀର,୧୫ା୧୧(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନ ପରେ ବଲାଙ୍ଗୀରରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। ୨୪ ବର୍ଷର ନବୀନ ସରକାରର ପତନ ପରେ ବିଜେଡି ନେତାଙ୍କ...

ଦିବ୍ୟାଙ୍ଗଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ

ତିହିଡ଼ି,୧୫ା୧୧(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ଗଦି ଆର୍‌ଆଇ(ରାଜସ୍ବ ନିରୀକ୍ଷକ) ଭାଗବତ ଖଟୁଆ ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ଦିବ୍ୟାଙ୍ଗଙ୍କଠାରୁ ଗୁରୁବାର ୫...

ଧରାପଡ଼ିଲେ ବଣ୍ଟି-ବବ୍‌ଲି ଯୋଡ଼ି:ସେଲିବ୍ରିଟିଙ୍କ ଫେକ୍‌ ଆଇଡିରେ ପ୍ରେମ ସମ୍ପର୍କ

ବାଲେଶ୍ୱର, ୧୫।୧୧(ବାଞ୍ଛାନିଧି ଦେ):ବାଲେଶ୍ୱର ସାଇବର ଥାନା ପୋଲିସ ହାତରେ ବଣ୍ଟି-ବବ୍‌ଲି ଯୋଡ଼ି ଓ ସେମାନଙ୍କ ଗ୍ୟାଙ୍ଗ ଧରାପଡ଼ିଛନ୍ତି। ଏହି ଗ୍ୟାଙ୍ଗ ସେଲିବ୍ରିଟିଙ୍କ ଫେକ୍‌ ଆଇଡି ଦ୍ୱାରା...

ରୁପାଛାଉଣି ହେବ ଶ୍ରୀମନ୍ଦିର ରତ୍ନପଲଙ୍କ, ପତିତପାବନ ମନ୍ଦିର

ପୁରୀ,୧୫ା୧୧(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଦାନଅର୍ଥରୁ ମିଳିଥିବା...

ତେଲେଙ୍ଗିରି ଜଳଭଣ୍ଡାରରେ ଫାଟ:ଲିକ୍‌ ହେଉଛି ପାଣି, ଫସଲ ପ୍ରଭାବିତ ହେବା ଆଶଙ୍କା

ଜୟପୁର/ବୋରିଗୁମ୍ମା, ୧୫।୧୧(ପବନ ପାଣିଗ୍ରାହୀ/ବିଜୟ ସାହୁ):କୋରାପୁଟ ଜିଲାରେ ଜଳସେଚନ ଲକ୍ଷ୍ୟ ନେଇ ଇନ୍ଦ୍ରାବତୀର ଉପନଦୀ ତେଲେଙ୍ଗିରିକୁ ନେଇ ଜୟପୁର ବ୍ଲକ ରାଣୀଗଡ଼ରେ ଏକ ଜଳଭଣ୍ଡାର ନିର୍ମାଣ ପାଇଁ...

ଆଜିଠୁ ଐତିହାସିକ କଟକ ବାଲିଯାତ୍ରା

କଟକ,୧୫।୧୧(ଶିଳ୍ପା ପ୍ରିୟଦର୍ଶିନୀ):ଏସିଆ ମହାଦେଶର ସର୍ବବୃହତ୍‌ ମୁକ୍ତାକାଶ ମେଳା ତଥା ଐତିହାସିକ କଟକ ବାଲିଯାତ୍ରା ଶୁକ୍ରବାରଠାରୁ ଆରମ୍ଭ ହେବ। ଅପରାହ୍ନ ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଯମୁନା’ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ: ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ 

ବାରିପଦା,୧୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଅଞ୍ଚଳରେ ଅବସ୍ଥିତ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଆଖପାଖ ସ୍ଥାନରେ ମହାବଳ ବାଘୁଣୀ ‘ଯମୁନା’କୁ ନେଇ...

ଶିମିଳିପାଳରେ ମହାରାଷ୍ଟ୍ରର ଦ୍ୱିତୀୟ ମହାବଳ ବାଘୁଣୀ

ବାରିପଦା,୧୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାରାଷ୍ଟ୍ରର ଅନ୍ୟ ଏକ ମହାବଳ ବାଘୁଣୀ ‘ଗଙ୍ଗା’ ଗୁରୁବାର ରାତିରେ ପହଞ୍ଚତ୍ଛି। ସ୍ବତନ୍ତ୍ର ଟିମ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri