Advertisement

ବର୍ଷାରେ ଭିଜିଲେ ଜଗନ୍ନାଥ

ଦାରିଙ୍ଗବାଡି,୧୫।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ବହୁ ଆଡମ୍ବରରେ ବାହୁଡା଼ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତେବେ ଅଞ୍ଚଳରେ ତୁହାକୁ ତୁହା ବର୍ଷା କାରଣରୁ କିଛି ସ୍ଥାନରେ ନୀତିରେ ବିଳମ୍ବ ଘଟିଛି। ଉକ୍ତ ବ୍ଲକ ସିମନବାଡି ସମେତ ଶ୍ରାନିକେତା, ଗବାଟବାଡ଼ି, ଗଦାପୁର, କାଟିଙ୍ଗିଆ ଆଦି ଅଞ୍ଚଳରେ ଏହି ଯାତ୍ରା ପାଳନ ହୋଇଥିବା ବେଳେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସବୁଠି ପ୍ରବଳ ଭିଡ଼ ଜମିଛି। ବର୍ଷା ସତ୍ୱେ ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇ ଦର୍ଶନ କରିବା ସହ ପୂଜାର୍ଚନା କରିଛନ୍ତି।
ଅନ୍ୟପକ୍ଷେ ବର୍ଷାଲାଗି ଜଗନ୍ମାଥ ବର୍ଷାରେ ଭିଜିଯାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share