ଧାନରେ ଜଗନ୍ନାଥଙ୍କ ପ୍ରତିକୃତି କଲେ ଚନ୍ଦନ

ବୋଲଗଡ଼,୪ା୧୧(ଡି.ଏନ୍‌.ଏ.): ଧାନରେ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି କରି ଚର୍ଚ୍ଚାକୁ ଆସିଛନ୍ତି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଧୀନ ମର୍ଦ୍ଦାବାଡି ଗ୍ରାମର ଚନ୍ଦନ ପଶ୍ଚିମକବାଟ। ସେ ପରମାନନ୍ଦ ମହାବିଦ୍ୟାଳୟର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ର ହୋଇଥିବା ବେଳେ ଯେକୌଣସି ଚିତ୍ରକୁ ଦେଖି ଅବିକଳ ଆଙ୍କି ଦେଇପାରନ୍ତି। ପଟ୍ଟଚିତ୍ରର ଅବିକଳ ନକଲ କରି ଆଙ୍କିବାରେ ମଧ୍ୟ ସେ ସିଦ୍ଧହସ୍ତ। ଏଥପାଇଁ କୌଣସି ପ୍ରଶିକ୍ଷଣ ନେଇ ନ ଥିବା ବେଳେ ପିଲାଦିନୁ ତାଙ୍କର ଏଥିପ୍ରତି ବିଶେଷ ଆଗ୍ରହ ଥିବା ଚନ୍ଦନ କହିଛନ୍ତି। ଆଜି ପର୍ଯ୍ୟନ୍ତ ସେ ହ୍ୟାଣ୍ଡମେଡ୍‌ ପେପର, କାନଭାସ ଚିତ୍ର, ମାଟି ମୂର୍ତ୍ତି, ପଟ୍ଟଚିତ୍ର ବିଭିନ୍ନ ଅଦରକାରୀ ସାମଗ୍ରୀରୁ ସୁନ୍ଦର ଉପକରଣ ପ୍ରସ୍ତୁତ କରୁଛନ୍ତି। ଏବେ ଧାନରେ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି କରି ଚର୍ଚ୍ଚାକୁ ଆସିଛନ୍ତି। ଚିତ୍ର ଆଙ୍କିବା ତାଙ୍କର ଏକ ନିଶା। ତାଙ୍କ ବାପା ଗଣେଶ୍ୱର ପଶ୍ଚିମକବାଟ ଜଣେ ଦିନମଜୁରିଆ ଓ ମା’ ଟିକିନା ପଶ୍ଚିମକବାଟ ଜଣେ ଗୃହିଣୀ। ସରକାରଙ୍କ ପକ୍ଷରୁ ସହାୟତା ମିଳିଲେ ସେ ଆଗକୁ ବଢ଼ିପାରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଛୁରୀକୁ ଖାଇଗଲା ବାଘ

ଭଞ୍ଜନଗର,୨୭ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଚ୍ଛେଦାଭୂମିରେ ଏକ ହେଟାବାଘ ବାଛୁରୀକୁ ମାରି ଖାଇ ଦେଇଥିବା ଅଭିଯୋଗ ହେଶଇଛି। ବାଛୁରୀ ମାଲିକ ବଳରାମ ଗୌଡ...

ରାଜଧାନୀରେ ମାତିଛନ୍ତି ଲୁଟେରା: ଘରେ ପଶି ଲୁଟିନେଲେ ୨୦ ଲକ୍ଷ ଟଙ୍କାର ଅଳଙ୍କାର

ଭୁବନେଶ୍ୱର,୨୭।୧୨: କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରମାନେ ନିୟମିତ ଭାବେ ଭୁବନେଶ୍ୱରରେ ଫ୍ଲାଟ ଏବଂ ଘରକୁ ଟାର୍ଗେଟ କରୁଛନ୍ତି। ସଦ୍ୟତମ ଚୋରି ଘଟଣାରେ ରାଜଧାନୀ...

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ପାଳପକାଇ ସ୍କୁଟି ସହ ଯୁବକଙ୍କୁ ଜାଳିଦେଲେ

ସୁନ୍ଦରଗଡ଼,୨୮।୧୨: ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲେଫ୍ରିପଡ଼ା ଥାନା ସର୍ଗିପାଲି ନବୋଦୟ ସ୍କୁଲ...

୨ ଦିନ ଧରି ଥିଲେ ନିଖୋଜ: ଏବେ ପୋଖରୀରୁ ମିଳିଲା…

ପାରଳାଖେମୁଣ୍ଡି,୨୭।୧୨: ଗଜପତି ଜିଲା ପାରଳାଖେମୁଣ୍ଡି ସୀତାସାଗର ଗ୍ରାମ ଏକ ପୋଖରୀରୁ ଶୁକ୍ରବାର ଜଣେ ବୃଦ୍ଧଙ୍କ ମୃତଦେହ ପୋଲିସ ଜବତ କରିଛି। ତାଙ୍କୁ ଅପହରଣ ପରେ ହତ୍ୟା...

ଲାଞ୍ଜିଗଡ ଠାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ପ୍ରସ୍ତୁତି: ସହଯୋଗ କାମନା କଲେ ବିଡିଓ

ଲାଞ୍ଜିଗଡ,୨୭।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ପଞ୍ଚାୟତ  ସମିତି ସଭାଗୃହଠାରେ ଲାଞ୍ଜିଗଡ ବଡିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ  କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫...

ମୃତ ଚାଷୀଙ୍କ ପରିବାରଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦେଲେ ଅଭିନେତ୍ରୀ ରାଣୀ ପଣ୍ଡା

ସାକ୍ଷୀଗୋପାଳ,୨୭।୧୨(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ୪ଦିନ ତଳେ ମତ୍ୟୁବରଣ କରିଥିବା ସ୍ଥାନୀୟ ଡୁଙ୍ଗର ଗ୍ରାମର ମୃତ ଚାଷୀ ପୂର୍ଣଚନ୍ଦ୍ର ଦଳେଇଙ୍କ ପରିବାର ଲୋକଙ୍କୁ ଅଭିନେତ୍ରୀ ରାଣୀ...

ମନମୋହନଙ୍କ ବିୟୋଗରେ କଂଗ୍ରେସର ଶୋକ

କେନ୍ଦୁଝର,୨୭।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁରୁବାର ରାତିରେ ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଶେଷ ନିଶ୍ୱାସ...

୫ ବର୍ଷ ନୁହେଁ, ୩ ବର୍ଷରେ ଲୋକେ ଅନ୍ୟ ଦଳକୁ ଭୁଲିଯିବେ: ପୃଥ୍ବୀରାଜ

ଭୁବନେଶ୍ୱର,୨୭।୧୨: ପ୍ରଶାସନକୁ ଅଧିକ କ୍ରିୟାଶୀଳ କରି ବିକାଶ କାର୍ଯ୍ୟକୁ ଆଗେଇ ନେବା ଏବଂ ଲୋକଙ୍କ ସମସ୍ୟାର ତ୍ୱରିତ୍‌ ସମାଧାନ ପାଇଁ ମନ୍ତ୍ରୀମାନଙ୍କୁ ୩୦ ଜିଲାର ଦାୟିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri