ରାଇକିଆ,୯।୩(ପ୍ରଦୀପ ବେହେରା): ରାଇକିଆ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବର ଏକ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଶନିବାର ସାମିଲ ହୋଇଥିଲେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ ଦେବ ସ୍ନାନ, ଘୃତ ଯଜ୍ଞ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବନ ଦୁର୍ଗା ମନ୍ଦୀର, ଶିବ ମନ୍ଦିର ଏବଂ ନବ ର୍ନିମିତ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଦର୍ଶନ କରିଥିଲେ। କାର୍ଯ୍ୟଳୟରେ ପହଞ୍ଚି କମିଟି କର୍ମକର୍ତ୍ତାଙ୍କ ସହ କାର୍ଯ୍ୟକ୍ରମ ସଂପର୍କ ରେ ଆଲୋଚନା କରିଥିଲେ । ପରେ ନାମ ଯଜ୍ଞରେ ସାମିଲ ହୋଇ ଭଜନ ଗାଇବା ସହ ନାମ ସଙ୍କୀର୍ତ୍ତନ ରେ ପରିକ୍ରମା କରିଥିଲେ । ରବିବାର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ନିତ୍ୟ ପୂଜା, ହୋମ, ଦେବତା ନଗର ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।


