Advertisement

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗ ଦେଲେ ରାଜସ୍ବ ମନ୍ତ୍ରୀ

ରାଇକିଆ,୪।୩(ପ୍ରଦୀପ ବେହେରା): ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବୁଧବାର କନ୍ଧମାଳ ଜିଲା ରାଇକିଆ ଗସ୍ତ କରି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ସାମିଲ ହୋଇଛନ୍ତି । ଶିବ ମନ୍ଦିର ନିକଟ ରେ ଆୟୋଜକ କମିଟି ଏବଂ ଦଳୀୟ କର୍ମୀ ମାନେ ତାଙ୍କୁ ଭବ୍ୟ ସାଗତ କରିଥିଲେ । ପରେ ସେ ନାମ ସଙ୍କୀର୍ତ୍ତନ କାର୍ଯ୍ୟକ୍ରମ ରେ ସାମିଲ ହେବା ସହ ଶିବ ମନ୍ଦିର, ବନ ଦୁର୍ଗା ମନ୍ଦୀର ରେ ପହଞ୍ଚି ଦର୍ଶନ ଲାଭ କରିବା ସହ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ରତ୍ନମୁଦ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ରାଜସ୍ବ ମନ୍ତ୍ରୀଙ୍କ ସହ କନ୍ଧମାଳ ଏମପି ସୁକାନ୍ତ ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ଜିଲା ଭାଜପା ସଭାପତି ପଣ୍ଡିତ ବିଶ ମାଝୀ, ପୂର୍ବତନ ବିଧାୟକ ମନୋଜ ପ୍ରଧାନ, ପୂର୍ବତନ ବିଧାନସଭା ପ୍ରାର୍ଥୀ ମାନ ଗୋବିନ୍ଦ ପ୍ରଧାନ, ଜଗନ୍ନାଥ ସାହୁ, ଲିଙ୍ଗରାଜ ଦଳ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share