ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଦେଲେ ସାଂଘାତିକ ବୟାନ, ଡୁପ୍ଲିକେଟ ଚାବି ମିଛ…

ପୁରୀ,୧୬।୭: ରତ୍ନଭଣ୍ଡାର ଚାବି ନେଇ ସାଂଘାତିକ ବୟାନ ଦେଇଛନ୍ତି ଜଗନ୍ନାଥଙ୍କ ବାଡ଼ଗ୍ରାହୀ । ମଙ୍ଗଳବାର ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓରଫ ଜଗୁନି କହିଛନ୍ତି, ଡୁପ୍ଲିକେଟ ଚାବି ସେ ତାଲାର ନୁହେଁ ।

ଡୁପ୍ଲିକେଟ ଚାବି କଥା ମିଛ, ଯଦି ଡୁପ୍ଲିକେଟ ତେବେ ଖୋଲିଲାନି କାହିଁକି। ପ୍ରକୃତ କଥା ହେଲା, ସେ ତାଲାର ସେ ଚାବି ନୁହେଁ ବୋଲି ଜଗୁନି କହିଛନ୍ତି। ସେ ଆହୁରି କହିଛନ୍ତି, ରତ୍ନଭଣ୍ଡାର ଭିତରେ ଗୁପ୍ତଗୃହ ରହିଛି, ଗଣତି ମାସ ମାସ ଲାଗିବ। ଚାବିକୁ ଫୋପାଡ଼ି ଦେଇ ତତ୍କାଳୀନ ଜିଲାପାଳ ଡୁପ୍ଲିକେଟ ଚାବି କଥା କହିଛନ୍ତି। ସେତେବେଳର ଜିଲାପାଳ କହିଥିଲେ ଚାବି ହଜିଗଲା, ପୁଣି କହିଲେ ମିଳିଗଲା। ଭିତରେ ବିରାଟ ବଡ଼ ଅଘଟଣ ହୋଇଥିବାରୁ ସେ ଚାବି ଫିଙ୍ଗିଦେଇଛନ୍ତି। ଏହା ପଛରେ ବିରାଟ ରହସ୍ୟ ରହିଛି, ତେଣୁ ତଦନ୍ତ ହେବା ଦରକାର ବୋଲି ଜଗନ୍ନାଥଙ୍କ ବାଡଗ୍ରାହୀ କହିଛନ୍ତି।

ତେବେ ଗତକାଲି ପୁରୀ ରତ୍ନଭଣ୍ଡାର ଚାବିକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ମିଳିଛି। ସେ କହିଛନ୍ତି, ପୂର୍ବରୁ ଡୁପ୍ଲିକେଟ ଚାବି ନେଇ ମିଛ କଥା କୁହାଯାଇଥିଲା, ତାହାର ନିଶ୍ଚିତ ତଦନ୍ତ ହେବ। ସେ ଚାବି କଥା କିଏ କାହିଁକି କହିଥିଲା ଏବଂ କିଏ କହିବା ପାଇଁ କହିଥିଲା ତାହାର ନିଶ୍ଚିତ ତଦନ୍ତ ହେବ।
ଅନ୍ୟପକ୍ଷରେ ଆମର ପ୍ରାଥମିକତା ଥିଲା ରତ୍ନଭଣ୍ଡାର ଖୋଲିବା। ରତ୍ନଭଣ୍ଡାର ଖୋଲିବା ପରେ ଖାଲି ଓଡ଼ିଶା ନୁହେଁ, ସମଗ୍ର ବିଶ୍ୱର ଜଗନ୍ନାଥପ୍ରେମୀ ସନ୍ତୋଷବ୍ୟକ୍ତ କରିଛନ୍ତି। ଆମେ ନିଷ୍ପତ୍ତି ନେଇଥିଲୁ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବ। ତେଣୁ ଖୋଲାଗଲା। ଅଳଙ୍କାର ଗଣତି ମଣତି ସହ ଡାଟାବେସ କରାଯିବ, ସ୍ଥାୟୀ କାଟାଲଗ ହେବ। ଆଗାମୀ ଦିନରେ ଏସଓପି ଆଧାରରେ ଶୃଙ୍ଖଳାର ସହ ସବୁ କିଛି ହେବ’। ଚାବି କ’ଣ ଥିଲା, କ’ଣ ନ ଥିଲା, ସେ ବାବଦରେ ନିଶ୍ଚିତ ତଦନ୍ତ ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2025: ପୁଣିଥରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତିଲେ M S Dhoni, ବିମାନ ବନ୍ଦରରେ କଲେ ଏମିତି କାମ, ଦେଖନ୍ତୁ Video

ନୂଆଦିଲ୍ଲୀ,୧୭।୪: IPL 2025ରେ, CSK ଏହାର ପରବର୍ତ୍ତୀ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ। ୱାଙ୍ଖେଡେ ଷ୍ଟାଡିୟମ ଏହି ମ୍ୟାଚ ଆୟୋଜନ କରିବାକୁ ଯାଉଛି। ଏ...

ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତର ଅର୍ଥନୀତି, ୩ ବର୍ଷରେ ପଛରେ ପଡିବେ ଜର୍ମାନୀ, ଜାପାନ

ନୂଆଦିଲ୍ଲୀ, ୧୬।୪: ଭାରତର ଅର୍ଥନୀତି ଆଗାମୀ ତିନି ବର୍ଷ ମଧ୍ୟରେ ଜର୍ମାନୀ ଓ ଜାପାନକୁ ପଛରେ ପକାଇ ଦେବ ଏବଂ ୨୦୪୭ ସୁଦ୍ଧା ଏହା ବିଶ୍ୱର...

US Vice President J D Vanceଙ୍କ ଭାରତ ଗସ୍ତ ଦ୍ୱିପାକ୍ଷୀୟ ସମ୍ପର୍କକୁ ଆହୁରି ମଜଭୁତ କରିବ: ଭାରତ

ନୂଆଦିଲ୍ଲୀ,୧୭।୪: ଭାରତ ବୁଧବାର କହିଛି ଯେ, ଆମେରିକା ଉପ-ରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ଆସନ୍ତା ଭାରତ ଭ୍ରମଣ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷୀୟ ସମ୍ପର୍କକୁ ‘ଆଉ ଅଧିକ...

ଖେମୁଣ୍ଡି ଓକିଲ ସଂଘ ସଭାପତି ଭାବେ ହୃଦୟ ରଞ୍ଜନ ମନୋନୀତ

ଦିଗପହଣ୍ଡି,୧୭୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ସଭାପତି ଭାବେ ବରିଷ୍ଠ ଆଇନଜୀବି ହୃଦୟ ରଞ୍ଜନ ମେକାପ ରାଜ୍ୟ ଆଇନଜୀବି...

ବନ୍ଧାହେଲେ କୁବେର ଯନ୍ତ୍ରୀ: ଘରୁ ମିଳିଲା ବିଡାବିଡ଼ା ନୋଟ୍‌, ପୁଳାପୁଳା ସୁନା

କଟକ,୧୬।୪(ପ୍ରଭୁକଲ୍ୟାଣ ପାଲ୍‌): ବନ୍ଧାହେଲେ କୁବେର ଯନ୍ତ୍ରୀ । ଘରୁ ବିଡା ବିଡା ଟଙ୍କା ଜବତ ହେବା ପରେ ଅନୁଗୋଳ ଆଠମଲିକ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ...

ପ୍ରବାଦପୁରୁଷଙ୍କ ଗୁଣଗାନ କଲେ ବିଜୁପ୍ରେମୀ

ପୁରୁଷୋତ୍ତମପୁର,୧୭।୪(ସିମାଞ୍ଚଳ ମିଶ୍ର):ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ନଗର ବିଜେଡି ପକ୍ଷରୁ ପ୍ରବାଦପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଗୁରବାର ନଗର ବିଜେଡି ସଭାପତି ପ୍ରଭାତ କୁମାର...

Video: ଶାଢି ପିନ୍ଧି ବୁଲ୍‌ଡୋଜର ଉପରେ ଚଢିଗଲେ ମହିଳା,ପାର୍ଟନର୍‌ଙ୍କ ସହ କଲେ ଏମିତି କାମ: ଭାଇରାଲ ହେଉଛି ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଛି। ଅନେକ ସମୟରେ ଲୋକମାନେ ଭାଇରାଲ ହେବା ପାଇଁ ଜାଣିଶୁଣି ଏପରି କାର୍ଯ୍ୟ କରନ୍ତି। ଭାଇରାଲ...

Sonakshi sinha divorce:ଜହିର ଇକବାଲଙ୍କଠାରୁ ତଲାକ ନେବେ ସୋନାକ୍ଷୀ ସିହ୍ନା? ମୁସଲିମ ପତିଙ୍କଠାରୁ ଅଲଗା ହେବାକୁ ରଖିଲେ ଏମିତି ସର୍ତ୍ତ

ମୁମ୍ବାଇ: ସୋନାକ୍ଷୀ ସିହ୍ନା ତାଙ୍କର ଦୀର୍ଘ ଦିନର ପ୍ରେମିକ ଜାହିର ଇକବାଲଙ୍କୁ ୨୩ ଜୁନ ୨୦୨୪ରେ ବିବାହ କରିଥିଲେ। ପରିବାର ବ୍ୟତୀତ ଅଭିନେତ୍ରୀଙ୍କ ନିକଟତର ବନ୍ଧୁମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image