ଯୁବକ ଥିବେ, ଓଡ଼ିଆ କହୁଥିବେ, ଜଗନ୍ନାଥଙ୍କ ଭକ୍ତ ହିଁ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ :ଶାହା

ଭଦ୍ରକ,୨୮।୫: ଭଦ୍ରକ ଚାନ୍ଦବାଲିରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଜନସଭାକୁ ସମ୍ବୋଧିତ କରି ଓଡ଼ିଶାରେ ଭାଜପା ସରକାର ଗଢ଼ିବା ସହ ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ରଣହୁଙ୍କାର ଦେଇଛନ୍ତି । ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ୫ମ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ଭାଜପା ୩୧୦ ଆସନ ଜିତିସାରିଲାଣି । ୬ଷ୍ଠ ଏବଂ ୭ମ ପର୍ଯ୍ୟାୟରେ ଭାଜପା ୪୦୦ ଟପିଯିବ।
ଭାଜପା ୭୫ରୁ ଅଧିକ ବିଧାନସଭା ଆସନ ଜିତି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଢିବ ବୋଲି ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି। ଜୁନ ୪ରେ ନବୀନ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ହେବେ। ହେଲେ ଓଡ଼ିଶାର ଯୁବକ ଥିବେ, ଓଡ଼ିଆ କହୁଥିବେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ହିଁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜନସଭାକୁ ଉଦ୍‌ବୋଧନ କରି ଶାହା କହିଛନ୍ତି। ୨୫ ବର୍ଷ ପରେ ଓଡ଼ିଆ ଲେଖୁଥିବା ଓ ଓଡ଼ିଆ ଭାଷା କହୁଥିବା ମୁଖ୍ୟମନ୍ତ୍ରୀ ରାଜ୍ୟବାସୀ ପାଇବେ ବୋଲି ଶାହା କହିଛନ୍ତି।
ଏପରି କି ଓଡ଼ିଶାର ଶାସନ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଚଲାଇବା ଉଚିତ ନା ତାମିଲବାବୁ ଚଲାଇବା ଉଚିତ ବୋଲି ପ୍ରଶ୍ନ କରିଥିଲେ। ଏହି ନିର୍ବାଚନ ଓଡ଼ିଶାର ଅସ୍ମିତାର ନିର୍ବାଚନ। ଓଡ଼ିଆ ଭାଷା, ସାହିତ୍ୟ, କଳା, ସ୍ବାଭିମାନର ନିର୍ବାଚନ। ପରଦା ପଛରେ ରହି ତାମିଲ ବାବୁ ଓଡ଼ିଶାର ଶାସନ ଚଲାଇବା ଗ୍ରହଣୀୟ କି ବୋଲି ଶାହା ପ୍ରଶ୍ନ କରିଥିଲେ। ଓଡ଼ିଶା ଦେଶର ସବୁଠୁ ସମୃଦ୍ଧ ରାଜ୍ୟ। ପ୍ରାକୃତିକ ସମ୍ପଦରେ ଭରପୂର ଥିବା ସମୃଦ୍ଧ ଓଡ଼ିଶା ଲୋକ ଗରିବ । ଏଥିପାଇଁ ନବୀନ ପଟ୍ଟନାୟକ ଦାୟୀ ବୋଲି କହି ବିଜେଡିକୁ ଟାର୍ଗେଟ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri