ଜି ଉଦୟଗିରି,୨୨।୬(ଶିଶିର ପଟ୍ଟନାୟକ ): ଜି ଉଦୟଗିରି ଜଗନ୍ନାଥ ମନ୍ଦିରରେ ଶନିବାର ଦିନ ସ୍ନାନ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ,ସୁଭଦ୍ରା ଓ ସୁଦର୍ଶନଙ୍କ ସ୍ନାନ ବିଧି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଠାକୁର ମାନଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣାଯିବ ପରେ ପୁରହିତ ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟ ଓ ସୁଧାଂଶୁ ଆଚାର୍ଯ୍ୟ ପୂଜା ନୀତି ଆରମ୍ଭ କରିଥିଲେ। ଏହାପରେ ମନ୍ଦିର ପୂଜକ ଅଛୁତ୍ୟ ପଣ୍ଡା, ଚନ୍ଦ୍ର କାନ୍ତ ପଣ୍ଡା, ମାନସ ପଣ୍ଡା ସମେତ ସମସ୍ତ ପୂଜକ ମାନେ ୧୦୮ ଢାଳ ସୁବାସିତ ଜଳରେ ଠାକୁରମାନଙ୍କୁ ସ୍ନାନ କରାଯିବ ପରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ହାତୀ ବେଶ କରାଯାଇଥିଲା ।
ମନ୍ଦିର କମିଟି ସଭାପତି ବିନୋଦବିହାରୀ ଦାଶ, ସମ୍ପାଦକ ଅରୁଣ କୁମାର ସଢଙ୍ଗୀ , ପରିଚାଳନା କମିଟି ସଦସ୍ୟ ମନୋରଞ୍ଜନ ପତି, କାଳୁ ଚରଣ ପଣ୍ଡା , ଅଶୋକ କୁମାର ପାତ୍ର, ଅସ୍ମିନ କୁମାର ପାତ୍ର, ସଞ୍ଜୟ ଆଚାର୍ଯ୍ୟ, ବୁବୁଲ ଆଚାର୍ଯ୍ୟ , ସନ୍ତୋଷ ଆଚାର୍ଯ୍ୟ,ଦଣ୍ଡପାଣି ପାଢ଼ୀ ସମେତ କମିଟି ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍ନାନ ଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଗହଳି ଦେଖିବାକୁ ମିଳିଥିଲା