ପାଟଣା,୧୮।୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ମହାଶିବରାତ୍ରି ପାଇଁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି। ସକାଳୁ ମୁଖ୍ୟାଳୟ ପୁରାତନ ଶୈବ ପୀଠ ଆନନ୍ଦେଶ୍ୱର ଶିବ ମନ୍ଦିର, ବୈତରଣୀ ତଟ ପରମେଶ୍ୱର ମହାଦେବ, ସ୍ବାମଶାସନ ସ୍ଥିତ ସୋମେଶ୍ୱର ମହାଦେବ ମନ୍ଦିର, ସାହାରପଡା ମୁଖ୍ୟାଳୟସ୍ଥିତ ସର୍ବେଶ୍ୱର ଶିବ ମନ୍ଦିର, ତୁରୁମୁଙ୍ଗାସ୍ଥିତ ଗିରିଜା ଶଙ୍କର ଓ ମଲ୍ଲୀପଶି ସ୍ଥିତ ମଲ୍ଲିକେଶ୍ୱର ମନ୍ଦିରରେ ଜାଗର ପାଇଁ ଭକ୍ତଙ୍କ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି। ଶୃଙ୍ଖଳା ଦର୍ଶନ ଲାଗି ଆଦିତ୍ୟ ବାହିନୀ, ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ ଓ ଡ୍ରାଇଭର ସଂଘ ପକ୍ଷରୁ ବ୍ୟବସ୍ଥା କରାଯାଇଛି।