ଉଠିଲା ମହାଦୀପ

ଭୁବନେଶ୍ୱର, ୧ା୩(ବ୍ୟୁରୋ): ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ଉଠିଛି ମହାଦୀପ। ବୁଧବାର ରାତି ୧୦ଟା ୨୦ ମିନିଟରେ ମହାଦୀପ ଉଠିଛି। ଏହି ସମୟରେ ମନ୍ଦିର ପରିସରରେ ‘ହର ହର ମହାଦେବ’ ଧ୍ୱନୀ ପ୍ରକମ୍ପିତ ହେଉଥିବା ଶୁଣିବାକୁ ମିଳିଛି।
ପ୍ରକାଶ ଯେ, ଜାଗର ଲାଗି ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। କରୋନା କଟକଣା ଭିତରେ ଦୀପଦାନ ଲାଗି ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଥିଲା।

Share