ଓଡ଼ିଶାରେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ: ୯ ଦିନ ରହିବେ ପୁରୀରେ

ଭୁବନେଶ୍ୱର,୭।୬: ଓଡ଼ିଶାରେ ପହଞ୍ଚିଛନ୍ତି ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ। ରଥଯାତ୍ରାରେ ସେ ୯ ଦିନ ପୁରୀରେ ରହିବା ସହ ବିଭିନ୍ନ ଆଧାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ଗତବର୍ଷ ରଥଯାତ୍ରାରେ ମଧ୍ୟ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ପୁରୀ ଆସି ଠାକୁରଙ୍କ ଆଶୀର୍ବାଦ ନେଇଥିଲେ। ଅନ୍ୟପକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ରଥଯାତ୍ରା ଦେଖିବାକୁ ଓଡ଼ିଶା ଆସୁଛନ୍ତି । ସେ ୪ ଦିନିଆ ଓ ଗସ୍ତରେ ଆସୁଛନ୍ତି । ଶନିବାର ସାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ବିମାନ ବନ୍ଦରରୁ ସିଧାସଳଖ ଜୟଦେବ ଭବନ ଯିବେ। ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜଭବନରେ ରାତ୍ରି ଯାପନ କରିବେ। ରବିବାର ସକାଳୁ ରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି।

Share