ଭୁବନେଶ୍ୱର,୪।୧୦(ବ୍ୟୁରୋ)-ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ରବିବାର ବଦଳି ହୋଇଛି। ତାଙ୍କ ସ୍ଥାନରେ ନୂତନ ଜିଲାପାଳ ଭାବେ ସରୋଜ କୁମାର ମିଶ୍ରଙ୍କୁ ଦାୟିତ୍ୱ ମିଳିଛି। ସଂଗ୍ରାମଙ୍କୁ ଜିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟର ଓଏସଡି ଭାବେ ନିଯୁକ୍ତି ମିଳିଛି।
ପ୍ରକାଶ ଯେ, ସଂଗ୍ରାମ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ହୋଇଥିବାରୁ ସେ ଉପନିର୍ବାଚନରେ ଶାସକ ଦଳକୁ ସହଯୋଗ କରୁଥିବା କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।