ଜଗତସିଂହପୁରରେ ଚାଞ୍ଚଲ୍ୟ: ମା’, ବାପା ସହ ଭଉଣୀକୁ ପଥରରେ ଛେଚି ହତ୍ୟା

ଜଗତସିଂହପୁର, ୪।୩(ପ୍ରମୋଦ କୁମାର ନାୟକ): ସୋମବାର ବିଳମ୍ବିତ ରାତିରେ ଜଗତ୍‌ସିଂହପୁର ସହର ଅନ୍ତର୍ଗତ ଚାଟରା ଧୋବା ସାହିରେ ହୃଦୟ ବିଦାରକ ଘଟଣା ଘଟିଛି। ନିଜ ମା’ କନକଲତା ଓରଫ ସଞ୍ଜୁନା ସେଠୀ, ବାପା ପ୍ରଶାନ୍ତ ଓରଫ କାଳିଆ ଓ ସାନ ଭଉଣୀ ମାମାଲି ସେଠୀଙ୍କୁ ନୃଶଂସ ଭାବରେ ହତ୍ୟା କରିଛି ସୂର୍ୟ୍ୟକାନ୍ତ ସେଠୀ ଓରଫ ବଣ୍ଟି। ଖବର ଲେଖାହେଲା ବେଳକୁ ରକ୍ତ ଜୁଡୁବୁଡୁ ମୃତଦେହ ଘର ଭିତରେ ଗୋଟିଏ ସ୍ଥାନରେ ପଡି ରହିଥିବାବେଳେ ହତ୍ୟାର କାରଣ ଏ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ।

କୌଣସି କାରଣରୁ ବଣ୍ଟି ରକ୍ତମୁଖା ହୋଇ ଧାରୁଆ ଅସ୍ତ୍ର କିମ୍ବା ଶିଳ ଆଦି ଓଜନିଆ ବସ୍ତୁରେ ଆକ୍ରମଣ କରିବାରୁ ପରିବାରର ୩ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି। ଅନ୍ୟପଟେ ବଣ୍ଟିକୁ ପୋଲିସ ସ୍ଥାନୀୟ ବାଳିକ ଉଚ୍ଚ ବିଦ୍ୟାଳୟ ନିକଟ ଗଳିରୁ ଧରିବାକୁ ସକ୍ଷମ ହୋଇଛି । ମୋବାଇଲ ଗେମ୍‌ କିମ୍ବା ଅନ୍ୟ କେଉଁ କାରଣରୁ ବଣ୍ଟି ଏଭଳି ଘଟାଇଛି ତା ଉପରେ ତଦନ୍ତ ଚାଲିଛି ।

ଏ ସମ୍ପର୍କରେ ଧୋବା ସାହିର ତଥା କାଳିଆଙ୍କ ଜନୈକ ସମ୍ପର୍କିୟ ପୁତୁରା କହିଛନ୍ତି ରାତି ପ୍ରାୟ ୨ଟା ବେଳେ ବଣ୍ଟି ସେମାନଙ୍କ ଘର ପାଖରେ ପହଞ୍ଚତ୍ ଡାକିଥିଲେ । କଣ ହୋଇଛି ଭାବି ସାହି ଲୋକେ ଉଠି ପଡିବାରୁ ହଠାତ୍‌ ବଣ୍ଟି ଯାହା କହିଥିଲେ ତାହା ସେମାନଙ୍କୁ ବିଚଳିତ କରି ଦେଇଥିଲା । ବଣ୍ଟି ନିର୍ଭୟରେ କହିଥିଲେ ବାପା, ବୋଉ ଓ ଭଉଣୀକୁ ମାରି ଦେଇଛନ୍ତି । ଏକଥା କାହାରିକୁ ବିଶ୍ୱାସ ହୋଇ ନ ଥିଲା । ବଣ୍ଟିର ମାନସିକ ସ୍ଥିତି ବୋଧହୁଏ ଭଲ ନାହିଁ ଭାବି ସତ କଣ ଜାଣିବା ପାଇଁ ପ୍ରତ୍ୟେକ ବଣ୍ଟିଙ୍କ ଘର ସାମ୍ନାକୁ ଯାଇଥିଲେ । ଯେହେତୁ ଏହି ବିଲ୍ଡିଂଟି ଏକୁଟିଆ ତେଣୁ ବାହାରେ ଗ୍ରିଲ ଆଉଜା ହୋଇଥିବା ଦେଖି ଭିତରକୁ ନ ଯାଇ ଅଟକି ଯାଇଥିଲେ । ବାରଣ୍ଡାରେ ରକ୍ତ ସାଙ୍ଗକୁ ପାରିପାର୍ଶ୍ୱିକ ପରିବେଶ ହତ୍ୟା କରାଯାଇଥିବାର ଅଭାସ ଦେଇଥିଲା । ଏହାପରେ ପୋଲିସକୁ ସୂଚନା ଦିଆଯାଇଥିଲା ।

ସେତେବେଳ ସୁଧା ବଣ୍ଟି ସ୍ଥାନ ଛାଡି ନ ଥିଲେ । ତା’ ପରେ ପ୍ୟାଣ୍ଟ ସାର୍ଟ ପିନ୍ଧି କୁଆଡେ ଚାଲି ଯାଇଥିଲେ । ଜଗତ୍‌ସିଂହପୁର ଥାନା ପୋଲିସ ପହଂଚି ଅଘଟଣ ସମ୍ପର୍କରେ ଅବଗତ ହୋଇ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରୁ ବଣ୍ଟିକୁ କାବୁ କରିବାକୁ ସକ୍ଷମ ହୋଇଥିଲେ । ବଣ୍ଟି ନିଷା ସେବନ କିମ୍ବା ପାରିବାରିକ ବିବାଦ କାରଣରୁ ଏଭଳି ଅଭାବନୀୟ କାଣ୍ଡ ଘଟାଇଥିବା କଥା ସେମାନେ ଜାଣନ୍ତି ନାହିଁ । କିନ୍ତୁ ହତ୍ୟାକାଣ୍ଡ ପରେ ବଣ୍ଟି ମାନସିକସ୍ତରରେ ବିଚଳିତ ଥିବା ଅନୁଭବ କରିଥିଲେ ବୋଲି ତାଙ୍କ ଦାଦା ପୁଅ ଭାଇ ଧରିତ୍ରୀକୁ ସୂଚନା ଦେଇଛନ୍ତି।

ଘଟଣାସ୍ଥଳରେ ଜଗତ୍‌ସିଂହପୁର ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତା ପହଞ୍ଚତ୍ ହତ୍ୟାକାଣ୍ଡ ସମ୍ପର୍କରେ ଅନୁଧ୍ୟାନ କରିବା ସହ ବଣ୍ଟିର ମାନସିକ ସ୍ଥିତି ଭଲ ନ ଥିବା ଅନୁମାନ କରାଯାଉଥିବା କହିଥିଲେ। ସେ କହିଥିଲେ ଅଭିଯୁକ୍ତ ତାଙ୍କ ମା’, ବାପା ଓ ଭଉଣୀଙ୍କ ମୁଣ୍ଡରେ ପଥର କିମ୍ବା କିଛି ଲୁହା ଆଦି ଓଜନିଆ ସାମଗ୍ରୀରେ ଛେଚି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି। ପୋଲିସ ତଦନ୍ତ ଚାଲିଛି । ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି । ସେମାନେ ପହଂଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଏସ୍‌ପି କହିଛନ୍ତି । ଏ ସମ୍ପର୍କରେ ଜଗତ୍‌ସିଂହପୁର ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ କହିଛନ୍ତି ରାତି ୩ରୁ ୩.୩୦ ଭିତରେ ୧୧୨କୁ ଜୟବଡ଼ ଗ୍ରାମର ପ୍ରଶନ୍ନ ସେଠୀ ନାମକ ବ୍ୟକ୍ତି ଫୋନ କରି ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ ।

ତତ୍କାଳ ପୋଲିସ ପହଂଚି ଅଘଟଣ ସମ୍ପର୍କରେ ଅବଗତ ହୋଇଥିଲା । ତା ପରେ ଫେରାର ଅଭିଯୁକ୍ତଙ୍କୁ ପୋଲିସ କୌଶଳକ୍ରମେ ଧରି ଅଟକ ରଖିଛି । ଥାନାରେ ଲିଖିତ ଅଭିଯୋଗ ହୋଇ ନ ଥିବାରୁ ସାଇଣ୍ଟିଫିକ ଦଳ ଅନୁଧ୍ୟାନ ଆରମ୍ଭ କରିବାରେ ବିଳମ୍ବ ହୋଇଛି । ଅଭିଯୁକ୍ତ ବଣ୍ଟିଙ୍କ ବଡ ଭାଇ ରମାକାନ୍ତ କେନ୍ଦୁଝର ଜିଲାରେ ଚାକିରି କରିଥିବାରୁ ସେ ଫେରୁଛନ୍ତି । ସେ ପହଂଚିବା ପରେ ତଦନ୍ତ ଆଗେଇବ । ତେବେ ଓଜନିଆ ବସ୍ତୁ ଦ୍ୱାରା ଆକ୍ରମଣ ଯୋଗୁ ଏଭଳି ଘଟିଥିବା ସନ୍ଦେହ କରାଯାଉଥିବା ଆଇଆଇସି କହିଛନ୍ତି । ଜଗତ୍‌ସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ମଧ୍ୟ ସେଠାରେ ପହଂଚି ଅନୁଧ୍ୟାନ କରିଛନ୍ତି । ସେ କହିଛନ୍ତି ମୃତ କାଳିଆଙ୍କ ଜମିବାଡି ବିବାଦ ଥିଲା । ଯେଉଁ କାରଣରୁ କାଳିଆ ତାଙ୍କ ପାଖକୁ ବିଭିନ୍ନ ସମୟରେ ଯାଇଥିଲେ । ତାଙ୍କ ଘର ପାର୍ଶ୍ୱରେ ଆଉ ଘର କରିବା ପାଇଁ ୨ଟି ଶାଗୁଆନ ଓ ୧ଟି ଅନ୍ୟ ଗଛ କାଟିବା ପାଇଁ ସରକାରୀ ଅନୁମତି ନେଇଥିଲେ ।

କେଉଁ ପରିସ୍ଥିତିରେ ଏଭଳି ଘଟିଗଲା ତାହା ତଦନ୍ତ ପରେ ଜଣାପଡିବ ବୋଲି ବିଧାୟକ କହିଛନ୍ତି । ଧୋବା ସାହିର କେତେକ ଲୋକଙ୍କ କହିବା କଥା ହେଲା ବଣ୍ଟି ଯୁକ୍ତ ତିନି ଶିକ୍ଷାଲାଭ କରିଛନ୍ତି । ଅନେକ ସମୟରେ ମୋବାଇଲ ଗେମ୍‌ ଖେଳନ୍ତି । ଏପରି କି କେତେଜଣ ସାଙ୍ଗଙ୍ଗ ସହ ମିଶି ଭୁତ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଛାଡନ୍ତି । ବିଳମ୍ବିତ ରାତିରେ ମୋବାଇଲ ଗେମ୍‌ ଖେଳୁଥିବା ବେଳେ ପରିବାର ଲୋକେ ବାରଣ କରିବା କାରଣରୁ ବଣ୍ଟି ମାନସିକ ଭାରସାମ୍ୟ ହରାଇ ଏଭଳି ଘଟାଇ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ଅଧିକ ତଦନ୍ତ ପରେ ସ୍ପଷ୍ଟ ଚିତ୍ର ପଦାକୁ ଆସିବ।

ସୂଚନାଯୋଗ୍ୟ ଯେ, ମୃତ କାଳିଆ ଜୟବଡ଼ ଛକରେ ଲଣ୍ଡ୍ରି କରି ପରିବାର ପ୍ରତିପୋଷଣ କରନ୍ତି । ତାଙ୍କ ବଡ ପୁଅ ରମାକାନ୍ତ କେଉଁଝର ଜଲା ବଡ଼ବିଲ୍‌ ଅଞ୍ଚଳରେ ପୋଲିସ ବିଭାଗରେ କାର୍ଯ୍ୟରତ ଓ ସେ ତାଙ୍କ ପରିବାର ସହ ସେଠାରେ ରହୁଛନ୍ତି । ମଝିଆ ପୁଅ ଉମାକାନ୍ତ ଖଣି ବିଭାଗରେ କାର୍ୟ୍ୟରତ ଓ ସେ ଜଗତ୍‌ସିଂହପୁର ଦୁର୍ଗା ବଜାର ଅଞ୍ଚଳରେ ସପରିବାରେ ରହୁଛନ୍ତି । ଘରେ କେବଳ ପତ୍ନୀ, ସାନ ପୁଅ ବଣ୍ଟି ଓ ସାନ ଝିଅ ରହୁଥିଲେ । ଝିଅ ସ୍ଥାନୀୟ ଏସ୍‌ଭିଏମ୍‌ କଲେଜରେ ଯୁକ୍ତ ଦୁଇରେ ଶିକ୍ଷାଲାଭ କରୁଥିଲେ । ପାଖାପାଖି ୧ ମାସ ପରେ ମାମାଲିଙ୍କ ବାହାଘର ହେବ ବୋଲି ସ୍ଥିର ହୋଇଥିବା ଆଲୋଚନା ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri