ପୁଣି ୪ ଦିନିଆ ରିମାଣ୍ଡରେ ଯିବେ ଜଗବନ୍ଧୁ

ଭୁବନେଶ୍ୱର,୨୪।୧୨(ବ୍ୟରୋ): ମହିଳା ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ସ୍ବାମୀ ଜଗବନ୍ଧୁ ଚାନ୍ଦ ପୁଣି ୪ ଦିନିଆ ରିମାଣ୍ଡରେ ଯିବେ। ଶୁକ୍ରବାର ଜଗବନ୍ଧୁଙ୍କ ୯ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ଇଡି ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା। ହେଲେ ହେଲେ କୋର୍ଟ ୪ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।

ସେହିପରି ଅର୍ଚ୍ଚନା ନାଗ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ପୁଣି ଇଡି କୋର୍ଟରେ ୨ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ହେଲେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ପାଇଁ ଇଡିକୁ ଅନୁମତି ମିଳିନଥିଲା।

Share