ଧରାକୋଟ,୪ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ତଥା ବାହାର ଜିଲାରେ ମଧ୍ୟ ଧରାକୋଟ ବ୍ଲକର ଜଗମୋହନ ଗ୍ରାମର କଂସା, ପିତଳ କାମର ବେଶ୍ ଚାହିଦା ରହିଛି। ଗ୍ରାମରେ ବସବାସ କରୁଥିବା ୪୫୦ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରୁ ୧୫୦ ପରିବାର କଂସାରି ସମ୍ପ୍ରଦାୟର। ଗ୍ରାମରେ ୧୦୦ ପଞ୍ଜୀକୃତ ଶାଳ ମଧ୍ୟରୁ ବର୍ତ୍ତମାନ କଞ୍ଚାମାଲ ଅଭାବରୁ ୩୫ ଶାଳ ବନ୍ଦ ହୋଇ ୬୫ଟି ଶାଳ ଚାଲୁଛି। ଏଣୁ ଏହି ସମ୍ପ୍ରଦାୟର ଅଧିକାଂଶ ପରିବାର କୌଳିକ ବୃତ୍ତିକୁ ଆପଣାଇ ଥିବାବେଳେ ଅନ୍ୟମାନେ କୃଷି, ବ୍ୟବସାୟ ଏବଂ ଦାଦନ ଖଟି ପରିବାର ଚଳାଉଛନ୍ତି। ଗତ ୧୯୬୪ରୁ ୧୯୭୩ ମସିହା ପର୍ଯ୍ୟନ୍ତ ସରକାର ସୁଲଭ ମୂଲ୍ୟରେ କଞ୍ଚାମାଲ ଯୋଗାଇ ଦେଉଥିଲେ। ଏଣୁ ଅଧିକାଂଶ ପରିବାର ଭଲ ରୋଜଗାରକ୍ଷମ ହୋଇ ପରିବାର ପ୍ରତିପୋଷଣ କରୁଥିଲେ। ହେଲେ କଞ୍ଚାମାଲ ଯୋଗାଣ ବନ୍ଦ ହୋଇଯିବାରୁ ଏବେ ବ୍ରହ୍ମପୁର, ବେଲଗୁଣ୍ଠା, ଭଞ୍ଜନଗର, ବଳକାଟି ଓ ରଥିଯେମାର ମହାଜନଠାରୁ ଅଧିକ ମୂଲ୍ୟ ଦେଇ କଞ୍ଚାମାଲ ଆଣିବାକୁ ପଡୁଛି। ଏଣୁ ନିର୍ମାଣ ସାମଗ୍ରୀର ମୂଲ୍ୟବୃଦ୍ଧି ହେବାସହ ଗ୍ରାହକ ସଂଖ୍ୟା କମୁଛି। ଫଳରେ ୧୫ଦିନ ଶାଳ ଚାଲିଲେ ୧୫ ଦିନ ବନ୍ଦ ରହୁଛି। ୨୬୦ ଟଙ୍କାରୁ ୪୫୦ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଶାଳରେ କାମକରି ପାଇଥାଏ। ସବୁଦିନ କାମ ନ ମିଳିବାରୁ କେତେକ ଶାଳ ବନ୍ଦ ରହିଥିବାବେଳେ କେତେକ ପରିବାର ଏହି କଂସାରି କାମ ଛାଡି ଅନ୍ୟ ବୃତ୍ତିକୁ ଆପଣାଇ ଚାଲିଛନ୍ତି। ଏଠାକାର କଂସାରି ଶାଳରେ ହାଣ୍ଡି, ମାଠିଆ, ଥାଳି, ଗିନା, ଫୁଲତୋଡ଼ା, ଖଟୁଲି ସହ ଠାକୁରଙ୍କ ନାଗ, ପ୍ରଭା, ସିଂହାସନ, ହାତ, ଗୋଡ଼, ଶଙ୍ଖ, ଚକ୍ର, ଗଦା, ପଦ୍ମ ଭଳି ସାମଗ୍ରୀ ତିଆରି ହେଉଛି । ଏସବୁ ବ୍ରହ୍ମପୁର, ଆସିକା, କବିସୂର୍ଯ୍ୟ ନଗର, ଭଞ୍ଜନଗର ବଜାରକୁ ବିକ୍ରି ପାଇଁ ପଠାଯାଉଛି। ଅନ୍ୟାନ୍ୟ ଗ୍ରାମରୁ ଆସୁଥିବା ଠାକୁରଙ୍କ ପାଇଁ ସାମଗ୍ରୀ ଅର୍ଡର ଅନୁସାରେ ଯୋଗାଇ ଦିଆଯାଉଛି। ହେଲେ କଞ୍ଚାମାଲ ନ ମିଳିବାରୁ ଗାଁ, ଗାଁରୁ ପୁରୁଣା ବାସନକୁସନ କିଣି ଶାଳ ଚଳାଇବାକୁ ପଡୁଛି । ଶ୍ରମିକଙ୍କୁ ଉପଯୁକ୍ତ କାମ ମିଳୁନି। ଶାଳ ସଂଖ୍ୟା ଦିନକୁ ଦିନ କମୁଛି। ଏଣୁ ସରକାର ଏ ଦିଗରେ ଦୃଷ୍ଟିଦେଇ କଞ୍ଚାମାଲ ଯୋଗାଇ ଦେବାକୁ ଗ୍ରାମର ପ୍ରକାଶ ସାହୁ, ପ୍ରଫୁଲ୍ଲ ମହାରଣା,ଜୟ କୃଷ୍ଣ ମହାରଣା ଓ ଭାସ୍କର ସାହୁ ପ୍ରମୁଖ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ
ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା...

ଅବସରନେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ, ମୁଖ୍ୟ କିରାଣି
ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ଗୌଡ ସୋମବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ତେଣୁ ତାଙ୍କର ସହକର୍ମୀ...

ମା’ଙ୍କ ସହ ଭୋଜି ଖାଇବାକୁ ଯାଇଥିଲେ, ନାବାଳିକାଙ୍କୁ ବଳାତ୍କାର : ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ
ବ୍ରହ୍ମପୁର,୩୧ା୩(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ପ୍ରଣତି ପଟ୍ଟନାୟକ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଚୂଡାନ୍ତ ରାୟ ପ୍ରକାଶ...

ଉଚ୍ଚତର ଶିକ୍ଷା ପାଇଁ ଉତ୍ସାହିତ କଲେ ଅତିଥି: ଛାତ୍ରୀଛାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା
ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଇଲୋକ୍ଟ୍ରୋନିକ୍ସ ଏବଂ ଉଦ୍ଭିଦ ବିଜ୍ଞାନ ବିଭାଗର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀଛାତ୍ରଙ୍କୁ ବିଦାୟ...

ଛତ୍ରପୁରରେ ଧୂମଧାମରେ ପାଳିତ ହେଲା ‘ଇଦ୍’: ପରସ୍ପରକୁ ଆଲିଙ୍ଗନ କରି ଅଭିବାଦନ ଜଣାଇଲେ…
ଛତ୍ରପୁର,୩୧।୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଆଜି ମୁସଲମାନ ଭାଇମାନଙ୍କ ପବିତ୍ର ରମ୍ଜାନ ମାସର ଶେଷ ଦିନ। ଏହି ଦିନକୁ ଇଦ୍ ରୁପେ ପାଳନ କରନ୍ତି, ଯାହା...

ଯୁବ ଗବେଷକଙ୍କୁ ଉତ୍ସାହିତ କରିବା ଲାଗି ପ୍ରୟାସ
ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ)-ଘୁମୁସର ଗବେଷଣା ପ୍ରତିଷ୍ଠାନ (ଜିଜିପି) ତାର ୫ମ ବାର୍ଷିକ ଅଧିବେଶନ ମେ’ ଶେଷ ସପ୍ତାହରେ ପାଳନ କରିବ । ତେଣୁ ଏନେଇ ସୋମବାର ଏକ...

ଉଠାଜଳସେଚନ ପ୍ରକଳ୍ପ ଉଦ୍ଘାଟିତ
ପୁରୁଷୋତ୍ତମପୁର,୩୧।୩ (ସିମାଞ୍ଚଳ ମିଶ୍ର): ଚାଷୀକୂଳଙ୍କ ସୁବିଧା ସହ କ୍ଷେତକୁ ଜଳଯୋଗାଣ ଲାଗି ରାଜ୍ୟ ସରକାରଙ୍କ ଅନୁଦାନ ୧୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ପୁରୁଷୋତ୍ତମପୁର ବ୍ଲକ...

ଦଣ୍ଡନାଚରେ ଅଘଟଣ: ଯୁବକଙ୍କୁ ଛୁରୀ ଭୁସି ହତ୍ୟା କଲେ ବାପାପୁଅ
ବ୍ରହ୍ମପୁର,୩୧।୩(ସୁବାସ ଚନ୍ଦ୍ର ପାଢ଼ୀ): ଦିନକୁ ଦିନ ଗଞ୍ଜାମ ଜିଲା ଅଶାନ୍ତ ହେବାରେ ଲାଗିଛି। ୪୮ ଘଣ୍ଟା ମଧ୍ୟରେ ଜିଲାରେ ତିନୋଟି ମୁଣ୍ଡ ଗଡିଛି। ଗତ ଶୁକ୍ରବାର...