
ଜାମନଗର,୨।୪: ଗୁଜରାଟ ଜାମନଗରରେ ବାୟୁସେନା ଲଢୁଆ ବିମାନ ଜାଗୁଆର ଦୁର୍ଘଟଣଗ୍ରସ୍ଥ ହୋଇଛି। ରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ସୁବରଡ଼ା ଗାଁ’ରେ ନିକଟରେ ଘଟିଛି। ଯେଉଁଠାରେ ଜାଗୁଆର ବିମାନ ଛିନଛତ୍ର ହୋଇ ସମଗ୍ର ଅଂଚଳରେ ପଡିଛି ଏବଂ ସବୁଆଡେ ଧୁଆ ଧୁଆ ହୋଇ ଯାଇଥିଲା।
ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ପାଇଲଟ୍ ଆହତ ଅବସ୍ଥାରେ ତଳେ ପଡ଼ିଛନ୍ତି ଏବଂ ତାଙ୍କ ଚାରିପାଖରେ ଲୋକଙ୍କ ଭିଡ଼ ଜମିଛି। ଏହା ସହିତ, ବିମାନର ଖଣ୍ଡଗୁଡ଼ିକ ଚାରିଆଡ଼େ ବିଛାଡ଼ି ପଡ଼ିଛି ଏବଂ ନିଆଁ ଲାଗିଛି।
#WATCH | A Jaguar fighter aircraft crashes in Jamnagar, Gujarat.
Prem Sukh Delu, SP Jamnagar, says, “There were two pilots in the (Jaguar) trainer aircraft of the Air Force. One has been rescued and taken to the hospital. Operations are underway to rescue the other pilot…” pic.twitter.com/QhJuICyZmI
— ANI (@ANI) April 2, 2025
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପାଇଲଟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିଲା। ବାୟୁସେନାର ଉଚ୍ଚ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଖୋଜିବା ଆରମ୍ଭ କରିଛନ୍ତି।
କହି ରଖୁଛୁ ଯେ ଗତ ମାସରେ ମଧ୍ୟ ହରିୟାଣାର ପଞ୍ଚକୁଲା ନିକଟରେ ସିଷ୍ଟମ ଫେଲ୍ୟୁଅର ଯୋଗୁଁ ଆଉ ଏକ ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାଇଲଟ୍ ସୁରକ୍ଷିତ ଭାବରେ ବିମାନଟିକୁ ଜନବସତି ଅଞ୍ଚଳରୁ ଦୂରକୁ ନେଇପାରିଲେ। ବିମାନଟି ଅମ୍ବାଲା ଏୟାରବେସରୁ ଏକ ତାଲିମ ଉଡ଼ାଣ ପାଇଁ ଉଡ଼ାଣ କରିଥିଲା।