Categories: ଜାତୀୟ

ଜାହାଙ୍ଗିରପୁରୀ ହିଂସାକାଣ୍ଡ: ଆଉ ୬ ଗିରଫ

ନୂଆଦିଲ୍ଲୀ,୧୭।୪: ଦିଲ୍ଲୀ ଆଉ ୬ ଜଣଙ୍କୁ ଗିରଫ ହିଂସା ମାମଲାରେ ରବିବାର ପୋଲିସ ଆଉ ୬ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଏହି ଘଟଣାରେ ୨୦ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି। ସେମାନଙ୍କଠାରୁ ୫ଟି ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ଏହି ମାମଲାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା। ଶୋଭାଯାତ୍ରା ବେଳେ ପଥରମାଡ଼, ଭଙ୍ଗାରୁଜା ଓ ଜଳାପୋଡା ହୋଇଥିଲା। ହିଂସାକାଣ୍ଡରେ କିଛି ପୁଲିସ କର୍ମଚାରୀଙ୍କ ସମେତ ବହୁ ସାଧାରଣ ଲୋକ ଆହତ ହୋଇଛନ୍ତି। ଏହି ହିଂସାକାଣ୍ଡ ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Share