Categories: ଜାତୀୟ

ଜାହାଙ୍ଗୀରପୁରୀ ହିଂସା: ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୧୮।୪: ରାଜଧାନୀ ଦିଲ୍ଲୀ ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଅବସରରେ ଘଟିଥିବା ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୋନୁ ଶେଖ୍‌ ଗିରଫ। ଦିଲ୍ଲୀ ପୋଲିସର ସ୍ପେଶାଲ ଷ୍ଟାଫ୍‌ ଓ ଏନ୍‌୍‌ଡବ୍ଲୁଡିର ମିଳିତ ସହଯୋଗରେ ସୋମବାର ସୋନୁ ଶେଖ୍‌ଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଦିଲ୍ଲୀ ପୋଲିସ ସୋନୁଙ୍କୁ ରୋହିଣୀ କୋର୍ଟରେ ହାଜର କରି ରିମାଣ୍ଡରେ ନେଇପାରେ। ରିମାଣ୍ଡରେ ନେଇ ତାଙ୍କୁ ପଚରାଉଚରା କରିବ ପୋଲିସ। ଏପ୍ରିଲ ୧୭ରେ ହୋଇଥିବା ହିଂସା ଘଟଣା ପରେ ସୋନୁ ଫେରାର ହୋଇଯାଇଥିଲେ। ସୂଚନାଯୋଗ୍ୟ, ହନୁମାନ ଜୟନ୍ତୀ ଅବସରରେ ବାହାରିଥିବା ଶୋଭାଯାତ୍ରା ସମୟରେ ହିଂସା ଦେଖାଦେଇଥିଲା। ଏହି ହିଂସା ସମୟରେ ସୋନୁ ଖୁଲମଖୁଲା ଗୁଳି ଚଳାଇଥିଲେ। ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ଆଧାର କରି ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

Share