ଜାହ୍ନବୀ ମୃତ୍ୟୁ ମାମଲା: ଅଭିଯୁକ୍ତ ପୋଲିସକୁ ସୁରକ୍ଷା ଦେଉଛି ଆମେରିକା ପୋଲିସ

ଓ୍ବାଶିଂଟନ୍‌,୧୬।୯: ଚଳିତ ବର୍ଷ ଜାନୁଆରୀରେ ଆମେରିକାରେ ଭାରତୀୟ ଛାତ୍ରୀ ଜାହ୍ନବୀ କାଣ୍ଡୁଲା ପୋଲିସ ଗାଡିରେ ଧକ୍କା ହୋଇ ମୃତ୍ୟୁବରଣ କରିଛନ୍ତି। ଏହାକୁ ନେଇ ସିଏଟେଲ ପୋଲିସ ଅଧିକାରୀ ଗିଲ୍ଡ ନିଜ ବିଭାଗର ଅଧିକାରୀ କେଭିନ ଡେଭଙ୍କୁ ସୁରକ୍ଷା ଦେଇ ଗଣମାଧ୍ୟମରେ ସଫେଇ ଦେଇଛନ୍ତି। ଗଣମାଧ୍ୟମରେ ଶେୟାର କରାଯାଇଥିବା କେଭିନଙ୍କ ଭାଇରାଲ ଭିଡିଓ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି। କେଭିନ ଦୁର୍ଘଟଣା ଦିନ ଏକ ମାମଲାର ତଦନ୍ତ ପାଇଁ ସେହି ସ୍ଥାନକୁ ଯିବା ଲାଗି ଘଣ୍ଟା ପ୍ରତି ୧୧୯ କିଲୋମିଟରରୁ ଅଧିକ ବେଗରେ ଗାଡି ଚଳାଉଥିଲେ। ଏବଂ ସେଥିରେ ଏହି ଦୁର୍ଘଟଣା ଘଟିଥିଲା।

ଜାହ୍ନବୀଙ୍କ ମୃତ୍ୟୁ ଘଟଣାର ଲାଇଭ ଫୁଟେଜକୁ ଗିଲ୍ଡ ଏକପାଖିଆ ବୋଲି କହିଛନ୍ତି। ସେ କହିଛନ୍ତି, ଏହି ଭିଡିଓ ବାର୍ତ୍ତାଳାପର କେବଳ ଗୋଟିଏ ପାର୍ଶ୍ୱ ଦର୍ଶାଇଛି। ଏହା ବ୍ୟତୀତ, ସେଠାରେ ଅନେକ ବିବରଣୀ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ। କେଭିନ ଓକିଲମାନଙ୍କୁ ଉପହାସ କରି ଏହି ମନ୍ତବ୍ୟ ଦେଉଥିଲେ। ଦୁର୍ଘଟଣା ସମୟରେ କେଭିନ, ଜାହ୍ନବୀଙ୍କ ମୃତ୍ୟୁସ୍ଥଳରେ ତାଙ୍କୁ ପରିହାସ କରିଥିଲେ। ତେବେ ଗଲ୍ଡ କହିଛନ୍ତି, ଏହି ମାମଲା ବିଷୟରେ ଜାଣିବା ପରେ ମୁଁ ମାଇକ ସୋଲେନଙ୍କୁ ଫୋନ କରିଥିଲି। କଥାବାର୍ତ୍ତା ଅଜାଣତରେ ବିଡବ୍ଲୁରେ ରେର୍କଡିଂ ହୋଇଯାଇଥିଲା। ସେ କହୁଥିଲେ, ଓକିଲମାନେ ଏଥର ‘ମାନବ ଜୀବନ ମୂଲ୍ୟ’କୁ ନେଇ ଯୁକ୍ତି ବାଢିବେ। ଯୁକ୍ତି କରୁଥିବା ଓକିଲମାନେ କେଉଁ ଯୁକ୍ତି କରିପାରନ୍ତି ତାହା କେଭିନଙ୍କୁ ବୁଝାଇବାକୁ ମୁଁ ଚେଷ୍ଟା କରୁଥିଲି। ସିଆଟେଲ ପୋଲିସ ଅଫିସର୍‌ ଗିଲ୍ଡ କହିଛନ୍ତି ଯେ ଗଣମାଧ୍ୟମ ଦ୍ୱାରା ଜାରି ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନ ସହ ଜଡିତ କିଛି ଭାଇରାଲ ଭିଡିଓ ପୁରା କାହାଣୀ କହୁ ନାହିଁ।

Share