Categories: ଫୁରସତ

ଜହର ଉଦ୍ୟାନ

ବଗିଚାରେ ବୁଲିବାକୁ କିଏ ବା ଭଲ ନ ପାଏ। କିନ୍ତୁ ଏମିତି ବି ଏକ ବଗିଚା ଅଛି ଯେଉଁଠାକୁ ଯିବା ପୂର୍ବରୁ ଶହେ ଥର ଭାବିବାକୁ ପଡିବ। ଆଉ ଅନେକ ସାବଧାନତା ଅବଲମ୍ବନ କରିବାକୁ ବି ହେବ। କାରଣ ଏ ବଗିଚାଟି ସାଧାରଣ ନୁହେଁ। ଏଠାରେ ସେ ସୁନ୍ଦର ମନଲୋଭା ଗଛ ଓ ଫୁଲ ନାହିଁ। ବରଂ ଅଛି ବିଷାକ୍ତ ଗଛଲତା। ଯାହାର ଆଘ୍ରାଣ ମାତ୍ରେ ବି ଜୀବନ ଚାଲି ଯିବାର ଭୟ ରହିଛି। ଏହି ବଗିଚାର ନାମ ହେଉଛି ‘ଦ ପଏଜନ୍‌ ଗାର୍ଡେନ’। ଇଂଲଣ୍ଡ, ନର୍ଥବରଲ୍ୟାଣ୍ଡ କାଉଣ୍ଟିସ୍ଥ ଅଲନଓ୍ବିକରେ ଅଛି ପୃଥିବୀର ସବୁଠାରୁ ବଡ଼ ଏଇ ବିଷାକ୍ତ ବଗିଚାଟି। ଏଠାରେ ୧୦୦ରୁ ଉର୍ଦ୍ଧ୍ୱ ପ୍ରକାରର ବିଷାକ୍ତ ବୃକ୍ଷଲତା ଅଛି। ଏଠାକୁ ଏକୁଟିଆ ନ ଯିବା ଲାଗି ପରାମର୍ଶ ଦିଆଯାଏ। ଆଉ ଏହା ମଧ୍ୟକୁ ଯିବାକୁ ହେଲେ ଅନେକ କଥା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। ଯେମିତିକି ସ୍ବତନ୍ତ୍ର ପୋଷାକ ଓ ମାସ୍କ ପିନ୍ଧିବାକୁ ହୁଏ। ତାସହ ସାବଧାନ ରହିବା ବି ନିହାତି ଜରୁରୀ।

Share