ଟେନସନ୍‌ରେ ଜାହ୍ନବୀ

ଜାହ୍ନବୀ କପୁରଙ୍କ ଟେନସନ୍‌ ଏବେ ବଢ଼ିଯାଇଛି। କାରଣ ସେ ଆକ୍ଟିଂକୁ ବାଦ୍‌ ଦେଇ ଆଉ ଏକ କାମରେ ନିଜକୁ ନିୟୋଜିତ ରଖିଛନ୍ତି। ପୁଣି ସୀମିତ ସମୟ ଭିତରେ ଏହି କାମଟିକୁ ଶେଷ କରିବାକୁ ପଡ଼ିବ। ଅସଲ କଥା ହେଲା, ପାପା ବୋନିଙ୍କ ପରାମର୍ଶ ଅନୁସାରେ ସେ ଏକ କାହାଣୀ ଖୋଜିବାରେ ବ୍ୟସ୍ତ ଅଛନ୍ତି। ନିକଟରେ ବୋନି ନିଜ ହୋମ୍‌ ବ୍ୟାନରରେ ଏକ ସିନେମା ପ୍ରଯୋଜନା କରିବାକୁ ଯୋଜନା କରୁଛନ୍ତି। ଏହି ଫିଲ୍ମରେ ନାୟିକା ସାଜିବେ ତାଙ୍କର ତନୟା ଜାହ୍ନବୀ। ତା’ସହ ଏହାର କାହାଣୀ ଚୟନ ଦାୟିତ୍ୱ ଜାହ୍ନବୀଙ୍କ ଉପରେ ଅର୍ପଣ କରିଛନ୍ତି ବୋନି। ତେଣୁ ଏହାକୁ ନେଇ ସେ ଏବେ ବ୍ୟସ୍ତ। ଏ ବିଷୟରେ ଜାହ୍ନବୀ କହନ୍ତି, ”ପାପା ମୋତେ ଏ ନେଇ ସୂଚନା ଦେବା ପରେ ମୋର ଟେନସନ୍‌ ଟିକେ ବଢ଼ିଯାଇଛି। ତଥାପି ଯାହା ହେଲେ ବି ମୁଁ ଏକ ଭଲ କାହାଣୀଟିଏ ନିଶ୍ଚୟ ଖୋଜିପାଇବି ବୋଲି ମାର ଦୃଢ଼ ବିଶ୍ୱାସ ରହିଛି।“ ତେବେ ଜାହ୍ନବୀଙ୍କ କାହାଣୀ ମିଶନ କେବେ ଶେଷ ହେଉଛି ତାହା ଦେଖିବାକୁ ବାକି ରହିଲା।

Share