ବିବାହ ନେଇ ଏଭଳି ଉତ୍ତର ଦେଲେ ଜାହ୍ନବୀ…

ମୁମ୍ବାଇ,୬।୩: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଶନିବାର ନିଜର ୨୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୯୭ ମାର୍ଚ୍ଚ ୬ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ଚାହ୍ନବୀ ନିଜ ବିବାହ ନେଇ ଏକ ମଜାଳିଆ ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, ବିବାହରେ ମୁଁ ବିଭିନ୍ନ ଅଳଙ୍କାର ସହିତ କାଞ୍ଜିବରମ୍‌ ଶାଢ଼ି ପିନ୍ଧିବି। ମୁଣ୍ଡରେ ମଲୀଫୁଲ ଗଜରା ପିନ୍ଧିବି। ସେହିପରି ମୋ ବର ଲୁଙ୍ଗି ପିନ୍ଧିବେ। ଆମେ ଦୁହେଁ କଦଳୀ ପତ୍ରରେ ଭୋଜନ କରିବୁ। ବିବାହ ତିରୁପତିରେ କରିବାକୁ ସେ ଉତ୍ତର ଦେଇଛନ୍ତି। ଜାହ୍ନବୀଙ୍କ ଏଭଳି ଉତ୍ତର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share